Below header

ମିଥ୍ୟା ଖବର ପ୍ରସାରଣର ଶିକାର ହେଲେ ଅଭିନେତ୍ରୀ ଅନୁ ଚୌଧୁରୀ,ସାଇବର ଥାନାରେ ଦେଲେ ଏତଲା

ଭ୍ୟୁ ପାଇବା ଚକ୍କରରେ ଏତେ ତଳକୁ ଖସି ଯାଉଛନ୍ତି ଯେ ଭଲ ଲୋକ ଲୋକ ନାଁରେ ଗୁରୁତର ହୋଇଯାଇଥିବାର ଖବର ପ୍ରସାରଣ କରିଦେଉଛନ୍ତି। ଏମିତି ଏକ ଖବର ଓଲିଉଡ଼ର ପ୍ରଖ୍ୟାତ ଅଭିନେତ୍ରୀ ଅନୁ ଚୌଧୁରୀଙ୍କ ନାମରେ ପୋଷ୍ଟ କରାଯାଇଛି।

କେନ୍ୟୁଜ୍(ବ୍ୟୁରୋ): ସୁସ୍ଥ ଲୋକ କରିଦେଲ ଗୁରୁତର। ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ବୋଲି କହି ମିଥ୍ୟା ଖବର କରିଦେଲେ ପ୍ରସାରଣ। ସୀମା ଡେଇଁ ଯାଉଛନ୍ତି କିଛି ୱେବ୍ ମିଡିଆ। ଭ୍ୟୁ ପାଇବା ଚକ୍କରରେ ଏତେ ତଳକୁ ଖସି ଯାଉଛନ୍ତି ଯେ ଭଲ ଲୋକ ଲୋକ ନାଁରେ ଗୁରୁତର ହୋଇଯାଇଥିବାର ଖବର ପ୍ରସାରଣ କରିଦେଉଛନ୍ତି। ଏମିତି ଏକ ଖବର ଓଲିଉଡ଼ର ପ୍ରଖ୍ୟାତ ଅଭିନେତ୍ରୀ ଅନୁ ଚୌଧୁରୀଙ୍କ ନାମରେ ପୋଷ୍ଟ କରାଯାଇଛି। ଯେଉଁଥିରେ ଲେଖାଯାଇଛି ଅନୁଙ୍କୁ କ୍ୟାନ୍ସର ହୋଇଛି। ସେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ବୋଲି ଲେଖାଯାଇଛି। ଏଭଳି ମିଥ୍ୟା ଖବର ଦେଖି ବ୍ୟଥିତ ହୋଇଛନ୍ତି ଅଭିନେତ୍ରୀ ଅନୁ ଚୌଧରୀ। ମିଥ୍ୟା ଖବର ପ୍ରସାରଣକୁ ବିରୋଧ କରି ସାଇବର ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଏଭଳି ଖବରକୁ ନିନ୍ଦା କରିବା ସହ ଆଇନର ଆଶ୍ରୟ ନେଇଛନ୍ତି ବୋଲି ଅନୁ କହିଛନ୍ତି।

ସାମାଜିକ ଗଣମାଧ୍ୟମରେ ତାଙ୍କୁ ନେଇ ମନଗଢ଼ା ଖବର ପ୍ରକାଶ ପାଇଲା ପରେ ଅଭିନେତ୍ରୀ ଅନୁ ଚୌଧୁରୀ କହିଛନ୍ତି, ‘‘ମୋତେ ସାମାନ୍ୟ ଥଣ୍ଡା ଧରିଛି। ମୁଁ ସୁସ୍ଥ ଥିବା ବେଳେ ଏକ ନ୍ୟୁଜ୍‌ ୱେବ୍‌ପୋର୍ଟାଲ ଦ୍ବାରା ଖବର ପ୍ରକାଶ କରି ମୋତେ କ୍ୟାନସର ହୋଇଛି ବୋଲି କହିବା ନିହାତି ହୀନ ମାନସିକତାକୁ ଦର୍ଶାଉଛି।” ଏଭଳି କୁଶ୍ଚିତ ମାନସିକତା ଥିବା ଲୋକଙ୍କୁ ତୁରନ୍ତ ଗିରଫ କରାଯିବା ଦରକାର। ଘଟଣା ସଂପର୍କରେ ମୁଁ ଜାଣି ନଥିଲି। ମୁଁ କାମକୁ ବାହାରୁ ଥିବା ବେଳେ ଜଣେ ପରିଚିତ ପୁରୀରୁ ହଠାତ୍‌ ଫୋନ୍‌ କରି ଏକଥା ଜଣାଇଥିଲେ। ସ୍କ୍ରିନସଟ୍ ହ୍ବାଟ୍‌ସଆପ୍‌ରେ ପଠାଇଥିଲେ। ସଂପୃକ୍ତ ବ୍ୟକ୍ତି ପୁରୀରେ ରିପୋର୍ଟ କରିସାରିଛନ୍ତି। ଏହା ପରେ ମୁଁ ମଧ୍ୟ ସାଇବର ଥାନାକୁ ଲିଙ୍କ ଓ ଫଟୋ ପଠାଇଛି। ନ୍ୟୁଜ୍‌ ପୋର୍ଟାଲ କରି ରୋଜଗାର ଯଦି କରିବାର ଅଛି, ତା’ହେଲେ କରନ୍ତୁ ଏଥିରେ କୌଣସି ଅସୁବିଧା ନାହିଁ।  ଆଜିକାଲି ବହୁତ ଲୋକ ୟୁଟ୍ୟୁବ୍‌ ଚ୍ୟାନେଲ କରି ଭଲ ଅର୍ଥ ରୋଜଗାର କରୁଛନ୍ତି। କିନ୍ତୁ ଶସ୍ତା ଖବର ପ୍ରସାରଣ କରି ଟଙ୍କା ‌ରୋଜଗାର କରିବା ଠିକ୍‌ ଉପାୟ ନୁହେଁ। ପୂର୍ବରୁ ମଧ୍ୟ ମୋ ଭଳି ଅନ୍ୟ କଳାକାରଙ୍କୁ ନେଇ ଗୁଜବ ଖବର ପ୍ରକାଶିତ ହୋଇଛି। ଲୋକଙ୍କୁ ଆକର୍ଷିତ କଲା ଭଳି ଖବର ପ୍ରକାଶନ ଦ୍ବାରା ଆମକୁ ହଇରାଣ ହେବାକୁ ପଡୁଛି। ଅନେକ ଲୋକଙ୍କର ଫୋନ୍‌ କଲ୍‌ ଆସୁଛି। ପରିବାର ଲେକେ ବ୍ୟସ୍ତ ହେଉଛନ୍ତି। ଶସ୍ତା ମାନସିକତା ନେଇ ଏଭଳି ଖବର ପ୍ରକାଶ କରି ରୋଜଗାରର ପନ୍ଥା ଖୋଜନ୍ତୁ ନାହିଁ। ଯଦି ଆପଣଙ୍କ ନିକଟରେ ପ୍ରତିଭା ଅଛି, ତା’ହେଲେ ଆପଣ ଭଲ କାମ କରି ଅର୍ଥ ରୋଜଗାର କରନ୍ତୁ ବୋଲି ଶ୍ରୀମତୀ ଚୌଧୁରୀ ଭିଡିଓ ଜାରି କରି କହିଛନ୍ତି। ତେବେ ଏତଲା ପାଇଲା ପରେ ସାଇବର ଥାନା ତଦନ୍ତ ଆରମ୍ଭ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.