Below header

ଢେଙ୍କାନାଳ: ବୟସ ଜାଲିଆତି କରିଥିଲେ ଜୟପୂରାକାଟେଣି ସରପଞ୍ଚ, ଅଯୋଗ୍ୟ ଘୋଷଣା କଲେ କୋର୍ଟ

ବୟସ ଜାଲିଆତି କରି ସରପଞ୍ଚ ନିର୍ବାଚନ ଲଢିଥିଲେ ମିତାରାଣୀ। ବିଜୟୀ ମଧ୍ୟ ହୋଇଥିଲେ। ବିପକ୍ଷ ପ୍ରାର୍ଥୀ ମିନୁ ବେହେରା କୋର୍ଟରେ ଏହାକୁ ଚ୍ୟାଲେଞ୍ଜ କରିଥିଲେ।

ଢେଙ୍କାନାଳ(କେନ୍ୟୁଜ୍):  ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ବ୍ଲକ ଜୟପୂରାକାଟେଣି ସରପଞ୍ଚଙ୍କୁ ଅଯୋଗ୍ୟ ଘୋଷଣା କଲେ କୋର୍ଟ। ସରପଞ୍ଚ ମିତାରାଣୀ ସାହୁଙ୍କୁ ଅଯୋଗ୍ୟ ଘୋଷଣା କରଯାଇଛି। ବୟସ ଜାଲିଆତି କରି ସରପଞ୍ଚ ନିର୍ବାଚନ ଲଢିଥିଲେ ମିତାରାଣୀ। ବିଜୟୀ ମଧ୍ୟ ହୋଇଥିଲେ। ବିପକ୍ଷ ପ୍ରାର୍ଥୀ ମିନୁ ବେହେରା କୋର୍ଟରେ ଏହାକୁ ଚ୍ୟାଲେଞ୍ଜ କରିଥିଲେ।

ମିତାରାଣୀ ଦାଖଲ କରିଥିବା ଦଶମ ସାର୍ଟିଫିକେଟରେ ଜାଲିଆତି କରାଯାଇଥିଲା। ନିର୍ବାଚନ ଲଢିବା ପାଇଁ ତାଙ୍କୁ ବୟସ ହୋଇନଥିବା ବେଳେ ସେ ଜାଲିଆତି କରି ବୟସ ବଢାଇଥିଲେ। ଜାଣିବା ପରେ ବିପକ୍ଷ ପ୍ରାର୍ଥୀ କୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ତେବେ ପର୍ଜଙ୍ଗ କୋର୍ଟ ମିତାରାଣୀଙ୍କୁ ଅଯୋଗ୍ୟ ଘୋଷଣା କରିଛନ୍ତି। …

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.