ପୂର୍ବ ଶତ୍ରୁତାରୁ ସହଦେବ ଖୁଣ୍ଟା ଥାନା ଅଞ୍ଚଳର ଶୋଭାରାମପୁର ଗୁଳିକାଣ୍ଡ, ଜଣେ ଯୁବକ ଗୁରୁତର

ପାର୍ବଣ ପୂର୍ବରୁ ଅଶାନ୍ତ ବାଲେଶ୍ବର। ଆଜି ସଂଧ୍ୟାରେ ବିନୟ ଗାଣର ଅନ୍ଧାରୀ ମଙ୍ଗଳା ଠାକୁରାଣୀ ଗଳିରେ ଆସୁଥିବା ବେଳେ ତାଙ୍କ ଉପରେ ଗୁଳିମାଡ଼ ହୋଇଥିଲା। ଗୁଳି ବିନୟର ଡାହାଣ ହାତରେ ବାଜିଛି।

ବାଲେଶ୍ବର(କେନ୍ୟୁଜ୍):  ପାର୍ବଣ ପୂର୍ବରୁ ଅଶାନ୍ତ ବାଲେଶ୍ବର। ପୂର୍ବ ଶତ୍ରୁତାରୁ ସହଦେବ ଖୁଣ୍ଟା ଥାନା ଅଞ୍ଚଳର ଶୋଭାରାମପୁର ଗୁଳିକାଣ୍ଡ। ଗୁଳିମାଡ଼ରେ ଜଣେ ଯୁବକ ଗୁରୁତର ହୋଇଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ବାଲେଶ୍ବର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗୁରୁତର ଯୁବକଙ୍କ ନାଁ ବିନୟ କୁମାର ବିହାରୀ ବୋଲି ଜଣାପଡ଼ିଛି।

ଆଜି ସଂଧ୍ୟାରେ ବିନୟ ଗାଣର ଅନ୍ଧାରୀ ମଙ୍ଗଳା ଠାକୁରାଣୀ ଗଳିରେ ଆସୁଥିବା ବେଳେ ତାଙ୍କ ଉପରେ ଗୁଳିମାଡ଼ ହୋଇଥିଲା। ଗୁଳି ବିନୟର ଡାହାଣ ହାତରେ ବାଜିଛି। ଘଟଣାସ୍ଥଳରେ ସହଦେବଖୁଣ୍ଟା ଥାନା ପୋଲିସ ତନାଘନା ଆରମ୍ଭ କରିଛି। ଗୁଳି ମାଡ଼ କରିଥିବା ଦୁର୍ବୃତ୍ତକୁ ଚିହ୍ନଟ କରିଛି ପୋଲିସ। ଗୁଳିମାଡ଼ ପଛରେ ପୂର୍ବଶତ୍ରୁତା ଓ ଦାଦାବଟିକୁ ସନ୍ଦେହ କରିଛି ପୋଲିସ।

Leave A Reply

Your email address will not be published.