Below header

ବୈବାହିକ ଜୀବନରେ ଆସିଥିବା ଝଡ଼କୁ ପ୍ରତିହତ କରିବା ପାଇଁ ଚକଲେଟ ବାଣ୍ଟିଲେ ଅନୁଭବ, ସାମ୍ବାଦିକଙ୍କୁ କହିଲେ ମିଠା ଖାଅ ମିଠା କୁହ

କେନ୍ୟୁଜ୍(ବ୍ୟୁରୋ):  ମିଠା ଖାଅ  ଓ  ମିଠା କୁହ। ଆଜି ଏଭଳି କହି ନିଜ ବାସ ଭବନ ଆଗରେ ସାମ୍ବାଦିକଙ୍କୁ ଚକଲେଟ ଦେଇଛନ୍ତି ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି। ନିଜ ବୈବାହିକ ଜୀବନରେ ଆସିଥିବା ଝଡକୁ ଏଡେଇବା ପାଇଁ କଟକର ସାମ୍ବାଦିକ ମାନଙ୍କୁ ଚକୋଲେଟ ଦେଇ ଖୁସି କରାଇ ଥିଲେ ଅନୁଭବ।ଘର ଆଗରେ ଅନୁଭବଙ୍କ ପ୍ରତିକ୍ରିୟା ନେବା ପାଇଁ ଅପେକ୍ଷା କରି ରହିଥିବା ସାମ୍ବାଦିକଙ୍କୁ ଅନୁଭବ ନିଜ ପାଖକୁ ଡାକି ସେମାନଙ୍କୁ ଚକଲେଟ ଦେଇଥିଲେ । ଆଉ କହିଥିଲେ ମିଠା ଖାଅ ମିଠା କୁହ ।

ସେପଟେ  ଆଜି ଉଭୟ ଅନୁଭବ  ଓ ବର୍ଷାଙ୍କୁ  ଭେଟିଛନ୍ତି କିଛି ମାନବିକ ଅଧିକାର କର୍ମୀ। ଆଜି ରାଜ୍ୟ ମହିଳା ସଭାପତି ଗୀତାଶ୍ରୀ ଦାସଙ୍କ ନେତୃତ୍ୱରେ ୫ ଜଣିଆ ଟିମ୍‌ ଯାଇ ଆଲୋଚନା କରିଥିଲେ । ଆଲୋଚନା ସକାରାତ୍ମକ ରହିଛି। ବର୍ଷା ଶାଶୂ ଘରର କାହା ବିରୋଧରେ କୌଣସି ଅଭିଯୋଗ କରିନାହାନ୍ତି । କେବଳ ଅନୁଭବଙ୍କ ବିରୋଧରେ କିଛି କହିଛନ୍ତି ।

ଅନୁଭବ ଓ ବର୍ଷାଙ୍କୁ ଭେଟିବା ପରେ ଅଧ୍ୟକ୍ଷା ଶ୍ରୀମତୀ ଦାସ କରିଛନ୍ତି, ଜଣେ ନାରୀର ଘର କଥା ଘରେ ରହିବା ଦରକାର। ତାହା ଏମିତି ପ୍ରଚାରିତ ହେବା ଉଚିତ ନୁହେଁ। ଆମେ କେବଳ ବର୍ଷା ନୁହେଁ, ସମଗ୍ର ନରୀଜାତିର ସମ୍ମାନ ରକ୍ଷା ଲାଗି ଉଦ୍ୟମ କରୁଛୁ।

ବର୍ଷା ଅନୁଭବଙ୍କ ଲଢେଇ କୋର୍ଟ ଯାଏ ପହଞ୍ଚି ଯାଇଛି। ଏହାସହ ସର୍ବସାଧାରଣକୁ ଆସି ଯାଇଛି ଉଭୟଙ୍କ ବ୍ୟକ୍ତିଗତ କଥା। ବର୍ଷାଙ୍କ ଅଭିଯୋଗ ଘରୋଇ ହିଂସା। ଅନୁଭବ କହୁଛନ୍ତି ସମ୍ପର୍କ ରଖୁନାହାନ୍ତି ବର୍ଷା। ଅନୁଭବଙ୍କ ପରକୀୟା ପ୍ରୀତି କଥା କହୁଛନ୍ତି ବର୍ଷା, ଅନୁଭବ କହୁଛନ୍ତି ସେ ୱାନ ୱିମେନ୍‌ ମ୍ୟାନ୍‌। ବର୍ଷା କହୁଛନ୍ତି ମୁଁ ଛାଡପତ୍ର ଚାହେଁ ନାହିଁ। ଅନୁଭବ କହୁଛନ୍ତି ମୋତେ ଛାଡି ଖୁସିରେ ରୁହ। ଦୁଇ ସେଲିବ୍ରିଟିଙ୍କ ଏପରି ମତ, ଗଣମାଧ୍ୟମ ଆଗକୁ ଆସିବ ଅନେକଙ୍କୁ ବ୍ୟଥିତ କରିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.