୩ଜଣ କରୋନା ଯୋଦ୍ଧାଙ୍କୁ ମିଶାଇ ଆଜି କଟକ ସହରରୁ ୧୯୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

କେନ୍ୟୁଜ୍(ବ୍ୟୁରୋ):  ଆଜି କଟକ ସହରରୁ  ୧୯୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିରୁ ଇନଷ୍ଟିଚ୍ୟୁସନାଲ କ୍ବାରେଣ୍ଟାଇନରୁ ୫୯ଜଣ ଚିହ୍ନଟ ହୋଇଛନ୍ତି ଓ  ହୋମ କ୍ବାରେଣ୍ଟାଇନରୁ ୪୯ ଜଣ ଚିହ୍ନଟ ହୋଇଛନ୍ତି । ଇନଷ୍ଟିଚ୍ୟୁସନାଲ କ୍ବାରେଣ୍ଟାଇନରୁ ୩ଜଣ କରୋନା ଯୋଦ୍ଧାଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି। ସେହିଭଳି  ୪୨ଜଣ ପୁରୁଷ ଓ ୧୪ଜଣ ମହିଳା କରୋନା ଆକ୍ରାନ୍ତ ଥିବାର ଟ୍ବିଟ ଯେଗେ ସୂଚନା ଦେଇଛି  ସିଏମସି।


ସିଏମସି ସୂଚନା ଅନୁସାରେ ଆଜି ଲୋକାଲ କଣ୍ଟାକ୍ଟ କେସରୁ   ୮୯ଜଣ  କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କୁ ମିଶାଇଲେ କଟକ ସହରରେ ବର୍ତ୍ତମାନ ସୁଦ୍ଧା ୭,୦୯୩ଜଣ କରୋନା  ପଜିଟିଭ୍ କେସ୍  ସାମ୍ନାକୁ ଆସିଛି।  ଏପର୍ଯ୍ୟନ୍ତ ମଧ୍ୟ ୨,୦୯୨ଟି ଆକ୍ଟିଭ୍ କେସ୍  ରହିଛି। କରୋନାରେ ଆକ୍ରାନ୍ତ ହୋଇ ଏବେ ସୁଦ୍ଧା ୪,୯୭୦ଜଣ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଥିବା ସିଏମସି  ସୂଚନା ଦେଇଛି।

 

Leave A Reply

Your email address will not be published.