Below header

ଧରାପୃଷ୍ଠକୁ ଅବତରଣ କରିବେ ମା,ବିରଜାଙ୍କ ପୀଠରେ ଆରମ୍ଭ ହେଲା ଷୋଡଶ ଉପଚାର ପୂଜା

ଯାଜପୁର ଟାଉନ(କେନ୍ୟୁଜ୍):  ଧରାପୃଷ୍ଠକୁ ଅବତରଣ କରିବେ ମା । ଏଥିପାଇଁ ପ୍ରତ୍ୟେକ ଶକ୍ତିପୀଠ ରେ ଦେଖାଦେଲାଣି ଚଳଚଂଚଳ ପରିବେଶ । ମାଙ୍କ ଆଗମନି ପାଇଁ ଚାଲିଛି ପ୍ରସ୍ତୁତି । ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ପୀଠରେ ଆରମ୍ଭ ହୋଇଛି ଷୋଡଶ ଉପଚାର ପୂଜା ।

ଚଳିତ ବର୍ଷ କୋରୋନା କଟକଣା ମଧ୍ୟରେ ଏହି ପୂଜା ଆଗାମୀ ୪୬ ଦିନ ଧରି ଲାଗି ରହିବ । ଚଳିତ ବର୍ଷ ମଳ ମାସ ପଡୁଥିବାରୁ ମା ଙ୍କପୂଜା ଏଥର ୪୬ ଦିନ ଧରି ଚାଲିବ । ପ୍ରତିବର୍ଷ ଆଶ୍ୱିନ ମାସ କୃଷ୍ଣାଷ୍ଟମୀ ଦ୍ୱିତୀବାହାନ ଓଷାଠାରୁ ମାଙ୍କ ଷୋଡଶ ଦିବସୀୟ ପୂଜା ହେବାର ପରମ୍ପରା ରହିଛି ।

 ଆଜି ସଂଧ୍ୟାରେ ବ୍ରହ୍ମାକୁଣ୍ଡରୁଜଳ ଅଣାଯାଇ ନବରତ୍ନ ବେଦୀରେ ଘଟ ସ୍ଥାପନ କରାଯାଇଥିଲା । ଏହା ପରେ ବୈତରଣୀ ନଦୀରଦଶାଶ୍ୱମେଧ ଘାଟରୁ ଜଳ ଅଣାଯାଇ ମାଙ୍କୁ ସ୍ନାନ କରାଯାଇ ନୂତନ ବସ୍ତ୍ର ପରିଧାନ କରାଯାଇଥିଲା । ସେପଟେ ଶୁଭ ସୁନିଆଁ ଠାରୁ ଆରମ୍ଭ ହୋଇଥିବା ମାଙ୍କ ରଥ କାମ ଆଗେଇ ଚାଲିଛି ।

ମାଙ୍କପୀଠରେ ଶାରଦୀୟ ଦୂର୍ଗୋତ୍ସବରେ ରଥଯାତ୍ରା ପରମ୍ପରା ଅନ୍ୟ କୌଣସି ଶକ୍ତି ପୀଠରେ ଦେଖିବାକୁମିଳିନଥାଏ । ଏହି ଷୋଡଶ ଦିବସୀୟ ପୂଜାକୁ ଶାନ୍ତିଶୃୃଙ୍ଖଳାରେ ଶେଷ କରିବାକୁ ମନ୍ଦୀର ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.