ଆଖି ତଳର କଳା ପାଇଁ ଆଜି ହିଁ ଆପଣାନ୍ତୁ ଏହି ଦେଶୀ ପ୍ୟାକ୍‌, ସୁନ୍ଦର ହେବା ସହ କମିଯିବ ବୟସ

ସୈାନ୍ଦର୍ଯ୍ୟ ପ୍ରତି ସମସ୍ତଙ୍କର ରହିଛି ଦୁର୍ବଳତା । ତେଣୁ ସମସ୍ତେ ନିଜକୁ ସୁନ୍ଦର କରିବା ପାଇଁ ବିଭିନ୍ନ ପ୍ରକାର ଟିପ୍ସ ଆପଣେଇଥାନ୍ତି । ହେଲେ ସୈାନ୍ଦର୍ଯ୍ୟରେ ସବୁଠୁ ବଡ଼ ଅନ୍ତରାୟ ସୃଷ୍ଟି କରିଥାଏ ଆଖି ତଳର କଳା । ଆଖି ତଳେ ଥିବା ଏହି କଳା ସର୍କଲ ସମସ୍ତଙ୍କୁ ଚିନ୍ତିତ କରିଥାଏ । ଏଥିରୁ ମୁକ୍ତି ପାଇବା ପାଇଁ କେତେ ପ୍ରକାର ଟିପ୍ସ ଆପଣେଇଲେ ବି ଏଥିରୁ ମୁକ୍ତି ମିଳିନଥାଏ । ଆସନ୍ତୁ ଜାଣିବା ଏମିତି କିଛି ଘରୋଇ ଟିପ୍ସ ଯାହା ଦ୍ୱାରା ମାତ୍ର ଅଳ୍ପ କିଛି ଦିନ ମଧ୍ୟରେ ଆଖି ତଳ କଳା ଦୂର ହୋଇଯିବ ।

ଆଖିତଳ କଳା ହେବା କାରଣ

. ଦୀର୍ଘ ସମୟ ଧରି କମ୍ପ୍ୟୁଟର ବ୍ୟବହାର, ଭଲ ନୀଦ ନ ହେବା, ରକ୍ତ କମ୍‌ ରହିବା, ଋତୁ ପରିବର୍ତ୍ତନ, ଶରୀରରେ ପାଣିର ଅଭାବ, ଠିକ୍‌ ଖାଦ୍ୟ ପାନୀୟର ଅଭାବ, ପୋଷକ ତତ୍ତ୍ୱର କମ୍‌ ରହିବା ଆଦି କାରଣ ହୋଇଥାଏ ।

dark circle.JPG-3

ଆଖି ତଳ କଳା ହ୍ରାସ ପାଇଁ ଉପାୟ

. ପ୍ରଥମେ ନିଜର ଖାଦ୍ୟ ପାନୀୟ ପ୍ରତି ଧ୍ୟାନ ଦେବା ଉଚିତ୍‌ । ମଦ, ସିଗାରେଟ୍‌,କାଫିନ୍‌ ଓ ଜଙ୍କ୍‌ସ ଫୁଡ୍‌ ପ୍ରତି ଦୂରେଇ ରହିବା ଆବଶ୍ୟକ ।
୧. କାକୁଡି ରସ- କାକୁଡିରୁ ରସ ବାହାର କରିବା ପରେ ଏହାର ଛିଲ୍‌କାକୁ ମହୁ ସହ ମିଶାଇ ଆଖି ତଳେ ୩୦ ମିନିଟ୍‌ ଯାଏ ଲଗାନ୍ତୁ ଓ ପରେ ପାଣିରେ ସଫା କରି ଦିଅନ୍ତୁ । ଅଳ୍ପ କିଛି ଦିନ ପରେ ଫରକ ଦେଖିବେ ।

dark circle.JPG-1

୨. କାକୁଡି ରସରେ ମହୁ ମିଶାଇ ଆଖି ତଳେ ୨-୩ ମିନିଟ୍‌ ଯାଏ ଘସନ୍ତୁ । ୩୦ ମିନିଟ୍‌ ପରେ ଏହାକୁ ପାଣିରେ ଧୋଇ ଦିଅନ୍ତୁ ।

୩.ନିଜର ଛେପ-  ସକାଳୁ ଉଠିବା ପରେ ମୁହଁ ଧୋଇବା ପୂର୍ବରୁ ନିଜର ଛେପ୍‌ କଳା ଜାଗାରେ ଲଗାନ୍ତୁ ।

୪. ସନ୍ତରା ରସ – ସନ୍ତରା ରସ ରେ ଗ୍ଲିସେରିନ୍‌ ମିଶାଇ ଲଗାତାର ଲଗାନ୍ତୁ । କିଛି ଦିନରେ କଳା ଦାଗ ଗାଏବ୍‌ ହୋଇଯିବ ।

dark circle.JPG-2JPG

୫.ବାଦାମ ତେଲ-  ଭିଟାମିନ୍‌ ଇ ରେ ପୂର୍ଣ୍ଣ ବାଦାମ ତେଲ ରାତିରେ ଶୋଇବା ପୂର୍ବରୁ ଲଗାନ୍ତୁ । ସକାଳେ ପାଣିରେ ଧୋଇ ଦିଅନ୍ତୁ । କିଛି ଦିନ ମଧ୍ୟରେ ଆଖି ତଳ କଳା ଗାଏବ ହୋଇଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.