Below header

ଭୁବନେଶ୍ବରର ଇନଫୋସିଟି ଅଞ୍ଚଳର ଗଣଦୁଷ୍କର୍ମ ମାମଲା: ଘରୋଇ ନ୍ୟୁଜ୍‌ ଚ୍ୟାନେଲର ପରିଚାଳନା ନିର୍ଦ୍ଦେଶକଙ୍କୁ ସମନ ପାଇଁ ନିର୍ଦ୍ଦେଶ

କେନ୍ୟୁଜ୍(ବ୍ୟୁରୋ):  ଇନଫୋସିଟି ଗଣଦୁଷ୍କର୍ମ ମାମଲାରେ ଘରୋଇ ନ୍ୟୁଜ୍‌ ଚ୍ୟାନେଲର ପରିଚାଳନା ନିର୍ଦ୍ଦେଶକ ଓ ଏହି ଘଟଣାରେ ସଂପୃକ୍ତ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ  ସମନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଶିଶୁ  ସୁରକ୍ଷା ଅଧିକାର ଆୟୋଗ । ୪୮ ଘଣ୍ଟା ଭିତରେ ସମନ କରିବାକୁ ପୋଲିସକୁ କୁହାଯାଇଛି । ପୋକସୋ ଆଇନ ଅନୁସାରେ ତାଙ୍କୁ ଅଭିଯୁକ୍ତ କରିବାକୁ ପୋଲିସକୁ ଆୟୋଗଙ୍କ ତରଫରୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ୪୮ ଘଣ୍ଟା ଭିତରେ ୬ ଅଭିଯୁକ୍ତଙ୍କୁ ଗିରଫ ନିର୍ଦ୍ଦେଶ ଦେଇଛନ୍ତି ଆୟୋଗ ।

ଏହି ଘଟଣାରେ  ୪୮ ଘଣ୍ଟା ଭିତରେ ସମନ କରିବାକୁ ପୋଲିସକୁ କୁହାଯାଇଛି । ସମ୍ପୃକ୍ତ ଗଣମାଧ୍ୟମର ମୁଖ୍ୟ ହିସାବରେ ଘଟଣା ଚପାଇଦେବାକୁ ଉଦ୍ୟମ କରିଛନ୍ତି । ପୀଡିତାଙ୍କ ବୟାନକୁ ଆଧାର କରି ଏହି ପ୍ରତିକ୍ରିୟା ରଖିଛନ୍ତି ଶିଶୁ ସୁରକ୍ଷା ଅଧିକାର ଆୟୋଗ । ପୋକସୋ ଆଇନ ଅନୁସାରେ ତାଙ୍କୁ ଅଭିଯୁକ୍ତ କରିବାକୁ ପୋଲିସକୁ ଆୟୋଗଙ୍କ ତରଫରୁ ନିର୍ଦ୍ଦେଶ ଦିଆଯାଇଛି ।  ଏହାସହ ଭୁବନେଶ୍ୱର ଡିସିପିଙ୍କୁ ଆକ୍ସନ ଟେକେନ ରିପୋର୍ଟ ଦାଖଲ ନିର୍ଦ୍ଦେଶ ରହିଛି । ୪୮ ଘଣ୍ଟା ଭିତରେ କାର୍ଯ୍ୟାନୁଷ୍ଠାନ ନନେଲେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି କମିଶନ କହିଛନ୍ତିା

ପୀଡିତାଙ୍କ ମା’ କମିଶନଙ୍କ ନିକଟରେ କରିଥିବା ଅଭିଯୋଗ ଅନୁଯାୟୀ, ଏହି ଘଟଣାଟି ଗତ ଏପ୍ରିଲ- ମେ ମାସରେ ଘଟିଥିଲା। ଦୀର୍ଘ ପ୍ରାୟ ୧୫ ଦିନ ଧରି ଚ୍ୟାନେଲର ଅନେକ କର୍ମଚାରୀଙ୍କ ଦ୍ୱାରା ନାବାଳିକାଟି ଗଣଦୁଷ୍କର୍ମର ଶିକାର ହୋଇଥିଲା। ଅଭିଯୁକ୍ତମାନେ ହାତ ଓ ଗୋଡ ବାନ୍ଧି ପକାଇବା ପରେ ତା’ ସହ ଏହି ଜଘନ୍ୟ ଅପରାଧ କରିଥିଲେ। ଅଭିଯୁକ୍ତମାନେ ଏହି ଘଟଣାର ଭିଡିଓ ରେକର୍ଡ କରି ପୀଡିତାଙ୍କୁ ଏହାକୁ ଲିକ୍‌ କରିବାକୁ ମଧ୍ୟ ଧମକ ଦେଇଥିଲେ। ସେହି ସଂସ୍ଥାରେ ରିସେପସନିଷ୍ଟ ଭାବରେ କାର୍ଯ୍ୟ କରିଥିବା ନାବାଳିକାଟିର ମା’ ଏହି ଅଭିଯୋଗ କରିଛନ୍ତି।
କମିଶନଙ୍କ ନିକଟରେ ସେ କରିଥିବା ଅଭିଯୋଗରେ କହିଛନ୍ତି  ଯେ ଯଦି ପୀଡିତା ଅଭିଯୁକ୍ତମାନଙ୍କ ନାମ ପ୍ରକାଶ କରନ୍ତି ବା ଘଟଣା ସଂପର୍କରେ କାହାରିକି କିଛି କହନ୍ତି, ତେବେ ସେମାନେ ନାବାଳିକାଙ୍କ ସହ ତାଙ୍କ ମାଙ୍କୁ ମଧ୍ୟ ହତ୍ୟା କରିଦେବେ ବୋଲି ଧମକ ଦେଇଥିଲେ। ପୀଡିତାଙ୍କ ମା’ ତାଙ୍କ ଅଭିଯୋଗରେ ଉଲ୍ଲେଖ କରିଛନ୍ତି ଯେ ଯଦିଓ ସେ ବ୍ୟକ୍ତିଗତ ଭାବେ ଏହି ଘଟଣା ସଂପୃକ୍ତ ନ୍ୟୁଜ୍‌ ଚ୍ୟାନେଲର ପରିଚାଳନା ନିର୍ଦ୍ଦେଶକଙ୍କୁ ଜଣାଇଥିଲେ ତଥାପି ସେ ଅଭିଯୁକ୍ତଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିଲେ। ବରଂ ଘଟଣାକୁ ଦବାଇ ଦେବାକୁ ଉଦ୍ୟମ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.