ପୁରୀଘାଟ ଥାନାରେ ଲିଖିତ ଅଭିଯୋଗ କଲେ ସାଂସଦ ଅନୁଭବ ମହାନ୍ତି

କଟକ: ଶେଷରେ ପୁରୀଘାଟ ଥାନାରେ ଲିଖିତ ଅଭିଯୋଗ କଲେ ସାଂସଦ ଅନୁଭବ ମହାନ୍ତି । କଟକ ଡିସିପି ଓ କମିଶନର ଅନୁଭବଙ୍କ ସହ କଥା ହେବା ପରେ ସେ ଏତଲା ଦେଇଛନ୍ତି । ବିଜେଡି ଛାତ୍ର ଉପସଭାପତି ମନ୍‌ଜିତ୍‌ ଦାସଙ୍କ ନାଁରେ ସାଂସଦଙ୍କ ବ୍ୟକ୍ତିଗତ ସହାୟକ ଏହି ଏତଲା ଦେଇଛନ୍ତି । ରବିବାର ରାତିରେ ସାଂସଦ ଅନୁଭବ ମହାନ୍ତିଙ୍କ ଘର ଆଗରେ ପଡ଼ୋଶୀ ମନଜିତ ଦାସ ନିଶାଶକ୍ତ ଅବସ୍ଥାରେ ଉତ୍ପାତ କରିଥିଲା । ଅନୁଭବ ଏହାକୁ ବନ୍ଦ କରିବାକୁ ପୁରୀଘାଟ ଥାନାକୁ ଫୋନ କରିଥିଲେ । ଆଇଆଇସି ଘଟଣାସ୍ଥଳକୁ ଆସିଥିଲେ ମଧ୍ୟ ମନଜିତଙ୍କ ବିରୋଧରେ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରିନଥିଲେ । ଆଇଆଇସି ଜଣକ ତାଙ୍କୁ ଦୁର୍ବବ୍ୟହାର କରିଥିବା ଅଭିଯୋଗ ଆଣି ନିରୁପାୟ ହୋଇ ସେ ଟ୍ଵିଟ ଯୋଗେ ଏହାକୁ ଜଣାଇଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.