ଜଣେ ସଫଳ ଫୁଲ ଚାଷୀ ଭାବେ ବେଶ ଜଣାଶୁଣା ଅନୁଗୁଳର ଦିଲ୍ଲୀପ

ଅନୁଗୁଳ (କେନ୍ୟୁଜ୍) : ଅନୁଗୁଳ ଜିଲ୍ଲା ପୋକତୁଙ୍ଗା ଗାଁର ଦିଲ୍ଲୀପ ପ୍ରଧାନ । ଜଣେ ସଫଳ ଫୁଲ ଚାଷୀ ଭାବେ ଏବେ ବେଶ ଜଣାଶୁଣା । ୨୦୦୫ ମସିହାରେ ପ୍ରଥମେ ଫୁଲଚାଷ ଆରମ୍ଭ କରିଥିଲେ ଦିଲ୍ଲୀପ । ପିଲାଟି ଦିନରୁ ବାପାଙ୍କ ସହ ମିଶି ବାଡିରେ ଫୁଲ ଲଗାଉଥିଲେ । ୧୩ ବର୍ଷ ର୍ପୂବରୁ ୧୦ ଗୁଣ୍ଠ ଜମିରେ ଆରମ୍ଭ କରିଥିବା ଫୁଲ ଚାଷ ଏବେ ୪ ଏକରରେ ପହଞ୍ଚିଛି ।

flower

ଏହାସହ ତାଙ୍କ ରୋଜଗାର ମଧ୍ୟ ବହୁଗୁଣିତ ହୋଇଛି । ବଡଭାଇ ଓ ଭଉଣୀଙ୍କ ସହ ମିଶି ଜମିରେ ଗେଣ୍ଡୁ, ଗୋଲାପ, ଗ୍ଲାଡିଓଲସ୍ ଓ ଅନ୍ୟାନ୍ୟ ଫୁଲଗଛ ଲଗାଇବା ସହ ନିଜେ ଦେକାନ କରି ସେସବୁର ବିକ୍ରୀବଟା କରୁଛନ୍ତି । ନିଜେ ସ୍ୱାବଲମ୍ବୀ ହେବା ସହ ଅନେକଙ୍କ ପାଇଁ ଜୀବୀକା ସୃଷ୍ଟି କରିଛନ୍ତି ।

Leave A Reply

Your email address will not be published.