Below header

ପିଲା ହସିଲେ ଶିକ୍ଷା ବ୍ୟବସ୍ଥା ହସିବ ଆଉ ଶିକ୍ଷା ବ୍ୟବସ୍ଥା ସୁଦୃଢ଼ ହେଲେ ଅବିଭାବକଙ୍କ ମୁହଁରେ ଖୁସି ଝଲସିବ

ଭୁବନେଶ୍ୱର(କେନ୍ୟୁଜ୍): ଭୁବନେଶ୍ଵରର ବିଭିନ୍ନ ସ୍କୁଲ୍ ମାନଙ୍କରେ ପାଳନ ହୋଇଛି ଶିଶୁ ଦିବସ। ତେବେ ଶିଶୁଙ୍କୁ ଉଚିତ୍ ସମ୍ମାନ ଦେବା, ଭଲପାଇବା ଏବଂ ଶିଶୁଙ୍କର ଭବିଷ୍ୟତ ଶକ୍ତ କରିବା ଉଦ୍ଦେଶ୍ୟରେ ପ୍ରତ୍ୟେକ ଶିଶୁଙ୍କୁ ପ୍ରେରଣା ଦେବା ଲକ୍ଷ୍ୟରେ ଆଜି ଅବସରରେ ଏପିଜେ ସ୍କୁଲ୍ ଭୁବନେଶ୍ଵର ପାଳନ କରିଛି ଶିଶୁ ଦିବସ । ଏକ ନିଆରା ଢଙ୍ଗରେ ପିଲାଙ୍କ ପାଇଁ ଉତ୍ସବର ଆୟୋଜନ କରାଯାଇଥିଲା । ଭଲ ପାଠ ପଢ଼ିବା ସହ ଭଲ ମଣିଷଟିଏ ହେବା ନିହାତି ଜରୁରୀ । ଆଉ ଭଲ ମଣିଷ ଟିଏ ହେବା ପାଇଁ ମହତ୍ ଉଦ୍ଦେଶ୍ୟ ରହିବା ଦରକାର୍ । ଏପିଜେ ସ୍କୁଲ୍ ପ୍ରଶାସନ ଏବଂ ଛାତ୍ରୀଛାତ୍ରୀ ମିଶି ଅସହାୟ ପିଲାଙ୍କ ପାଇଁ ଦିନଟିକୁ ସ୍ଵତନ୍ତ୍ର କରିବାକୁ ଚେଷ୍ଟା କରିଛନ୍ତି । ଏପିଜେ ସ୍କୁଲ୍ ର ଛାତ୍ର ଛାତ୍ରୀ ସ୍କୁଲ୍ ରେ ଆୟୋଜିତ କାର୍ଯ୍ୟକ୍ରମରେ ଭାଗନେଇ ଅନ୍ୟ ପିଲାଙ୍କ ମୁହଁରେ ହସ ଫୁଟାଇ ପାରିଛନ୍ତି । ଶିଶୁ ଉତ୍ସବରେ ସ୍କୁଲ୍ ରେ ବିଭିନ୍ନ ପ୍ରକାରର ଖେଳ କୁଦ, ନାଚ ଗୀତରେ ଭାଗ ନେଇଥିଲେ ପିଲା। ତା ସହ ପିଲାଙ୍କ ମନ ପସନ୍ଦ ଖାଦ୍ୟର ମଧ୍ୟ ଆୟୋଜନ କରାଯାଇଥିଲା । କେବଳ ପିଲା ନୁହଁନ୍ତି ଅବିଭାବକ ମାନେ ମଧ୍ୟ ଆଜିର ଉତ୍ସବରେ ଯୋଗ ଦେଇ ସ୍କୁଲ୍ ର ମହାନ୍ ଉଦ୍ଦେଶ୍ୟ କୁ ସଫଳ କରିଥିଲେ।

ଆଜି ଯେଉଁ ଫୁଡ୍ ଷ୍ଟଲ୍ ଲଗାଯାଇଥିଲା, ପିଲା କୁପନ୍ ନେଇ ଜିନିଷ କିଣି ଖାଇଥିଲେ । ଯେଉଁ ଖେଳ ଖେଳିଛନ୍ତି ଏଥିପାଇଁ କୁପନ ନେଇ ଖେଳିଥିଲେ । ୫ ଟଙ୍କା ରୁ ଆରମ୍ଭ କରି ୨୦୦ ଟଙ୍କା ପର୍ଯ୍ୟନ୍ତ କୁପନ୍ ର ବ୍ୟବସ୍ଥା କରାଯାଇଥିଲା।

 ସ୍କୁଲ୍ ର ମହାନ୍ ଉଦ୍ଦେଶ୍ୟ:

ଏପିଜେ ଭୁବନେଶ୍ଵରର ଛାତ୍ରଛାତ୍ରୀ କୁପନ୍ କିଣି ନିଜର ମନୋରଞ୍ଜନ କରିବା ସହ ଅନ୍ୟ ପିଲାଙ୍କ ପାଇଁ ହସ କିଣି ପାରିଛନ୍ତି। ସ୍କୁଲରେ ବିକ୍ରି ହୋଇଥିବା କୁପନ୍ ଟଙ୍କା ଗୁଡ଼ିକୁ ଏକାଠି କରି, ସମସ୍ତ ଅର୍ଥ ଅସହାୟ ପିଲାଙ୍କୁ ଦାନ କରିବ ସ୍କୁଲ୍ । ସ୍କୁଲର ଗୋଟିଏ ଲକ୍ଷ୍ୟ ରହିଛି, ପିଲା ହସିଲେ ଶିକ୍ଷା ବ୍ୟବସ୍ଥା ହସିବ ଆଉ ଶିକ୍ଷା ବ୍ୟବସ୍ଥା ସୁଦୃଢ଼ ହେଲେ ଅବିଭାବକଙ୍କ ମୁହଁରେ ଖୁସି ଝଲସିବ ।

ଶିଶୁ ଦିବସର ଇତିହାସ :

ଭାରତରେ ନଭେମ୍ବର ୧୪ ତାରିଖରେ ଶିଶୁ ଦିବସ ପାଳନ କରାଯାଇ ଆସୁଛି। ଶିଶୁ ଦିବସ ପ୍ରଥମ ଥର ୧୯୨୫ରେ ପାଳନ କରାଯିବା ନେଇ ଆଲୋଚନା କରାଯାଇଥିଲା । ୧୯୪୪ ମସିହା ଠାରୁ ଏହି ଦିବସ ପାଳନ କରାଯାଉଛି । ପ୍ରଥମ ଥର ୨୦ ନଭେମ୍ବରରେ ଶିଶୁ ଦିବସ ପାଳନ ଆରମ୍ଭ ହୋଇଥିଲା ।  ଭାରତରେ ୧୯୫୯ ରେ ଜେନେବା ଠାରେ ୨୦ ନଭେମ୍ବରରେ ଶିଶୁ ଦିବସ ପାଳନ ହୋଇଥିଲା । ଏହାପରେ ନେହେରୁଙ୍କ ମୃତ୍ୟୁ ପରେ ସଂସଦରେ ଏକ ପ୍ରସ୍ତାବ ରଖାଗଲା ଯାହା ସ୍ବୀକାର କରାଗଲା ଯେ, ୧୪ ନଭେମ୍ବର ଶିଶୁ ଦିବସ ପାଳନ ହେବ। କାହିଁକି ନା, ଚା ଚା ନେହେରୁଙ୍କ ଜନ୍ମ ଦିବସ ଥିଲା ୧୪  ନଭେମ୍ବର । ନେହେରୁ ପିଲା ମାନଙ୍କୁ ବହୁତ୍ ସ୍ନେହ କରୁଥିଲେ, ସେ କହିଥିଲେ ପିଲାମାନେ ହିଁ ଆମ ଆଗମୀ ଭବିଷ୍ୟତ, ଏମାନଙ୍କୁ ଉଚିତ୍ ସମ୍ମନ ଦେବା ଉଚିତ୍ । ସେ ପିଲାଙ୍କୁ ଏତେ ଭଲ ପାଉଥିଲେ ଯେ, ନିଜ ବଗିଚାରେ କାମ କରୁଥିବା ମାଳିର ପିଲା କାନ୍ଦୁଥିବା ଦେଖି ତାକୁ କୋଳକୁ ନେଇ ଜଣେ ମାଆ ଭଳି କୋଳରେ ଝୁଲାଇ ଝୁଲାଇ ଶୁଆଇ ଦେଉଥିଲେ । ଯାହା ପିଲାଙ୍କ ପ୍ରତି ନେହେରୁଙ୍କ ପ୍ରେମକୁ ଦେଖାଇଥିଲା। ପ୍ରଥମ ଥର ୧୯୬୫ ଭାରତ ରେ ୧୪ ନଭେମ୍ବର ଶିଶୁ ଦିବସ ପାଳନ କରାଗଲା ଯାହା ଆଜିବି ପାଳନ ହେଉଛି।

ତେବେ କେବଳ ଭାରତ ନୁହେଁ, ପ୍ରତ୍ୟେକ ଦେଶ ଗୋଟିଏ ଦିନ ଶିଶୁ ଦିବସ ପାଳନ କରେ । ପିଲାଙ୍କ ଉପରେ ହେଉଥିବା ଶୋଷଣ ରୋକିବାକୁ, ସେମାନଙ୍କ ଶିକ୍ଷା ସୁଦୃଢ଼ କରିବାକୁ ସେମାନଙ୍କୁ ଭଲ କାମ ଦ୍ଵାରା ପ୍ରେରଣା ଦେବାକୁ, ଶିଶୁ ଦିବସ ପାଳନ କରାଯାଇ ଆସୁଛି । ବର୍ତମାନ ସମୟରେ ୫୦ ଦେଶରେ ୧ ଜୁନ ଶିଶୁ ପାଳନ କରାଯାଉଛି । ଭାରତରେ ୧୪ ନଭେମ୍ବରରେ ଶିଶୁ ଦିବସ ପାଳନ କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.