ମଣିଷପଣିଆ ଆଉ ନାହିଁ! କୁକୁର ସହିତ ନିର୍ଦ୍ଦୟତାର ସବୁ ସୀମା ଟପିଲେ; ଫାଶୀ ଦଉଡ଼ିରେ ଝୁଲାଇ ପିଟିପିଟି ମାରିଦେଲେ

ଉତ୍ତର ପ୍ରଦେଶର ଗାଜିଆବାଦରେ କୁକୁର ସହିତ ନିର୍ଦ୍ଦୟତାର ଏକ ଚିତ୍ର ସାମ୍ନାକୁ ଆସିଛି। ଏହି ହୃଦୟବିଦାରକ ଘଟଣା ଘଟିଛି ଗାଜିଆବାଦର ଟୋନିକା ସିଟି ଥାନା ଅଞ୍ଚଳରେ। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଘଟଣାର ଫଟୋ ଏବଂ ଭିଡିଓ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରି ଦେଇଛି। କିନ୍ତୁ ଏ ପର୍ଯ୍ୟନ୍ତ ଜଣାପଡ଼ି ନାହିଁ ଯେ ଭାଇରାଲ ଫଟୋ କେତେ ପୁରୁଣା। ଅଭିଯୋଗ ଆଧାରରେ ପୋଲିସ ମାମଲାର ତଦନ୍ତ ଆରମ୍ଭ କରି ଦେଇଛି।

ଭାଇରାଲ ଭିଡିଓରେ ସ୍ପଷ୍ଟ ଭାବେ ଦେଖାଯାଉଛି କି, କିଛି ଲୋକ ଏକ କୁକୁରର ବେକରେ ରଶି ବାନ୍ଧି ତାକୁ ଝୁଲାଇଛନ୍ତି। ଏହାପରେ ସେମାନେ କୁକୁରକୁ ଉଭୟ ପାର୍ଶ୍ୱରୁ ଟଣା ଘୋଷଡ଼ା କରୁଛନ୍ତି। ଶେଷରେ ଫାଶୀ ଦଉଡ଼ିରେ ଲଟକିଥିବା କୁକୁରକୁ ଅତି ଯନ୍ତ୍ରଣାଦାୟକ ମୃତ୍ୟୁ ଦିଆଯାଉଛି।

ସୋସିଆଲ ମିଡିଆରେ ଘୂରି ବୁଲୁଥିବା ଫଟୋ ଏବଂ ଭିଡିଓକୁ ନେଇ ଲୋକମାନେ ବିଭିନ୍ନ ପ୍ରତିକ୍ରିୟା ଦେବାରେ ଲାଗିଛନ୍ତି। କିଛି ଲୋକ କହୁଛନ୍ତି, ‘ବୋଧହୁଏ କୁକୁରଟି କାହାକୁ ଅତି ଭୟଙ୍କର ଭାବେ କାମୁଡ଼ି ଦେଇଛି, ଯାହାଫଳରେ ତାକୁ ଧରି ଏହି ଲୋକମାନେ ମାରୁଛନ୍ତି’। ତେବେ ଲଗାତାର ଭାବେ ଏଭଳି କୁକୁର କାମୁଡ଼ା ଘଟଣା ସାମ୍ନାକୁ ଆସିବା ପରେ ଲୋକେ ଏ ନେଇ ପ୍ରତିକ୍ରିୟା ରଖୁଛନ୍ତି।

ଏହି ଘଟଣା ବିଷୟରେ ଯେତେବେଳେ ଗାଜିଆବାଦ ପୋଲିସକୁ ସୋସିଆଲ ମିଡିଆ ଜରିଆରେ ସୂଚନା ଦିଆଯାଇଥିଲା, ସେତେବେଳେ ପୋଲିସ ଟ୍ରୋନିକା ସିଟି ଥାନା ପ୍ରଭାରୀଙ୍କ ଦ୍ୱାରା ମାମଲାର ତଦନ୍ତ କରାଯିବ ବୋଲି କହିଥିଲା। ଯଦିଓ ଭାଇରାଲ ଭିଡିଓ କେବେକାର, ସେ ନେଇ ତଦନ୍ତ କରାଯାଉଛି। ସୂଚନାଥାଉ କି, ନିକଟରେ ନୋଏଡା, ଗାଜିଆବାଦରେ କୁକୁର କାମୁଡ଼ାର କେତେକ ମାମଲା ସାମ୍ନାକୁ ଆସିଥିଲା, ଯାହା ପରଠାରୁ ଲୋକେ ବୁଲା କୁକୁରମାନଙ୍କୁ ନେଇ କ୍ରୋଧ ପ୍ରକାଶ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.