ପଦ୍ମପୁର ଉପନିର୍ବାଚନରେ ବିଜେଡିରୁ ଲଢ଼ିବେ ବର୍ଷା ସିଂ ବରିହା

ପଦ୍ମପୁର(କେନ୍ୟୁଜ୍): ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ବିଜେଡି । ଦିବଂଗତ ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ବଡ ଝିଅ ବର୍ଷା ସିଂ ବରିହା ବିଜେଡିରୁ ପ୍ରାର୍ଥୀ ହୋଇଛନ୍ତି। ପଦ୍ମପୁର ଉପନିର୍ବାଚନରେ ବିଜେଡିରୁ ଲଢ଼ିବେ ବର୍ଷା ସିଂ ବରିହା । ତାଙ୍କ ନାଁ ଘୋଷଣା କରିଛି ବିଜେଡି ।

ତେବେ ସସପେନ୍ସ ଭିତରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଘୋଷଣାକୁ ଅପେକ୍ଷା ରହିଥିଲା । ସେପଟେ ପଦ୍ମପୁରରେ ସାଂଗଠନିକ ସ୍ଥିତି ମଜଭୁତ କରିବାରେ ଲାଗିଛନ୍ତି ବିଜେଡି ହେଭିୱେଟ୍‌ । ପଦ୍ମପୁରରେ ବିଜେଡିର ତୁଙ୍ଗ ନେତାମାନେ ମାରାଥନ୍‌ ବୈଠକ କରୁଛନ୍ତି । ପ୍ରସନ୍ନ ଆଚାର୍ଯ୍ୟ, ସୁଶାନ୍ତ ସିଂ, ଦେବୀ ମିଶ୍ର, ମନ୍ତ୍ରୀ ନବ ଦାସ, ନିରଞ୍ଜନ ପୂଜାରୀ, ଅତନୁ ସବ୍ୟସାଚୀ ନାୟକ, ସମୀର ରଞ୍ଜନ ଦାଶ ପ୍ରମୁଖ ବିଭିନ୍ନ ଜୋନରେ ଦଳୀୟ ନେତା ଓ କର୍ମୀଙ୍କ ସହ ମିଶି ସାଙ୍ଗଠନିକ ସ୍ଥିତି ମଜଭୁତ କରିବାରେ ଲାଗିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.