Below header

ଓଡ଼ିଶା ପୋଲିସର ସ୍ପେସାଲ ୱାରେଣ୍ଟ ଡ୍ରାଇଭ୍‌:୧୦ ଦିନରେ ପାଖାପାଖି ୫ ହଜାର ଗିରଫ

କେନ୍ୟୁଜ୍(ବ୍ୟୁରୋ):  ଓଡ଼ିଶା ପୋଲିସର ସ୍ପେସାଲ ୱାରେଣ୍ଟ ଡ୍ରାଇଭ୍‌। ୧୦ ଦିନରେ ପାଖାପାଖି ୫ ହଜାର ଗିରଫ। ଅଗଷ୍ଟ ୧୬ରୁ ୨୫ ତାରିଖ ମଧ୍ୟରେ ୪ ହଜାର ୯୪୫ ଜଣଙ୍କୁ ଗିରଫ କରାଯାଇଛି। ସ୍ପେସାଲ ଡ୍ରାଇଭରେ ପୁରୁଣା ଏବିଡବ୍ଲୁକୁ କାର୍ଯ୍ୟକାରୀ କରାଯାଇ ଗିରଫଦାରୀ କରାଯାଇଛି। ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ଗିରଫ ହୋଇଛନ୍ତି।

ଗଞ୍ଜାମରୁ ୮୫୦, ବାଲେଶ୍ୱର ଜିଲ୍ଲାରୁ ୬୪୫, ଖୋର୍ଦ୍ଧା ଜିଲ୍ଲାରୁ ୫୪୭, କନ୍ଧମାଳ ଓ କଟକ ଜିଲ୍ଲାରୁ ୨୭୮ଜଣ ଲେଖାଏ ଗିରଫ ହୋଇଛନ୍ତି। ଏହି ଅଭିଯାନରେ ୭ରୁ ୩୧ ବର୍ଷ ଧରି ଫେରାର ଥିବା ଅଭିଯୁକ୍ତମାନେ ଗିରଫ ହୋଇଛନ୍ତି। ବହୁ ଚର୍ଚ୍ଚିତ ବାବୁରାମ ପଣ୍ଡା ହତ୍ୟା ଘଟଣାରେ ଫେରାର ଅଭିଯୁକ୍ତକୁ ୭ ବର୍ଷ ପରେ ଗିରଫ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.