ରାସ୍ତା ଖୋଳୁଥିବା ବେଳେ ମିଳିଲା କଳସ ଭରା କଏନ, ଜେସିବି ଡ୍ରାଇଭର ନେଇ ଛୁ

କନୌଜ : ଉତ୍ତର ପ୍ରଦେଶ କନୌଜ ସ୍ଥିତ ଛିବରାମଉ ରାସ୍ତାର ପ୍ରଶସ୍ତକରଣ ଚାଲିଛି । ଏହି ରାସ୍ତାର ପ୍ରଶସ୍ତକରଣ ପାଇଁ ସେଠାରେ ଜେସିବି ରାସ୍ତା ଖୋଳୁଥିବା ବେଳେ ପ୍ରାଚୀନ କଏନରେ ପୂର୍ଣ୍ଣ ଏକ କଳସ ବାହାରିଥିବା ଜଣାଯାଇଛି । ହେଲେ କଳସଟିକୁ ଜେସିବି ଡ୍ରାଇଭର ନେଇ ଚାଲିଯାଇଛି ।

ଗାଁ ଲୋକେ ଘଟଣାସ୍ଥଳରୁ ପୁରାତନ ସମୟର କିଛି କଏନ ପାଇ ପୋଲିସରେ ଦେବା ପରେ ଘଟଣା ସମ୍ପର୍କରେ ଜଣାପଡିଥିଲା । ଏହି କଏନଗୁଡିକ ପୁରାତନ କାଳର ବୋଲି ଜଣାପଡ଼ିଛି । କଏନଗୁଡ଼ିକ ସିଲଭରର ଥିବାବେଳେ ଜେସିବି ଡ୍ରାଇଭର ଏହାକୁ ସୁନା ଭାବି ନେଇ ଫେରାର ହୋଇଯାଇଥିବା ଜଣାଯାଇଛି । ପୋଲିସ ଏବେ ଜେସିପି ଡ୍ରାଇଭରକୁ ଖୋଜିବାରେ ଲାଗିଛି । ଜେସିବି ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.