Below header

ଝାରପଡ଼ା ଜେଲରେ କିଛି ଶବ୍ଦ ଲେଖିଛନ୍ତି ଅର୍ଚ୍ଚନା ନାଗ, ହ୍ୟାଣ୍ଡ ରାଇଟିଂ ବ୍ୟୁରୋକୁ ପଠାଯିବ

କେନ୍ୟୁଜ୍(ବ୍ୟୁରୋ): ହ୍ୟାଣ୍ଡ ରାଇଟିଂ ବ୍ୟୁରୋକୁ ପଠାଯିବ ଅର୍ଚ୍ଚନା ନାଗଙ୍କ ହସ୍ତାକ୍ଷର । ଆଜି ଭୁବନେଶ୍ୱର ଝାରପଡ଼ା ଜେଲରୁ ତାଙ୍କର ହାତ ଲେଖା ସଂଗ୍ରହ ହୋଇଛି । ପୂର୍ବରୁ ଅର୍ଚ୍ଚନାଙ୍କ ଘର ଜବତ ହୋଇଥିବା ୨ଟି ଡାଏରୀ ଲେଖା ସହ ହାତ ଲେଖାର ମେଳ କରାଯିବ । ଆଜି ଝାରପଡ଼ା ଜେଲରୁ ତାଙ୍କର ହାତ ଲେଖାର ନମୁନା ସଂଗ୍ରହ କରିଛି ଖଣ୍ଡଗିରି ଥାନା ପୋଲିସ ।

ଏଥିପାଇଁ ଝାରପଡ଼ା ଜେଲରେ ପହଞ୍ଚିଛନ୍ତି ଖଣ୍ଡଗିରି ଥାନା ଅଧିକାରୀ ଦୟାନିଧି ନାୟକ ଓ ସ୍ପେଶାଲ୍‌ ସ୍କ୍ଵାଡ୍‌ ଏସିପି ହିମାଂଶୁ ସ୍ୱାଇଁ । ଜଣେ ମହିଳା ଇନିସପେକ୍ଟର ବି ଅଛନ୍ତି । ଜେଲରେ ଅର୍ଚ୍ଚନାଙ୍କ ହାତ ଲେଖାର ନମୁନା ସଂଗ୍ରହ କରାଯାଇଛି । ଏହାକୁ ଅର୍ଚ୍ଚନାଙ୍କ ଡାଏରୀ ସହ ମେଳ କରାଯିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.