ମିନିଟ୍‌ ମଧ୍ୟରେ ଜାଣନ୍ତୁ ଆପଣ କିଣିଥିବା ଆଇଫୋନ୍‌ ଅସଲୀ ନା ନକଲୀ, ଏପରି ଲଗାନ୍ତୁ ଫେକ୍‌ ଆଇଫୋନର ପତ୍ତା

ଆଇଫୋନ୍‌ ନାମରେ ଆଜିକାଲି ମାର୍କେଟରେ ବହୁତ ସ୍କାମ୍‌ ଚାଲୁଛି। ଯଦି ଆପଣ ମଧ୍ୟ ଲକ୍ଷଲକ୍ଷ ଟଙ୍କାର ଆଇଫୋନ୍‌ କିଣିବାକୁ ମନ ବଳାଇଛନ୍ତି ତାହେଲେ ଆଜି ଆମେ ଆପଣଙ୍କୁ କିଛି ସହଜ ଟ୍ରିକ୍ସ ବତାଇବାକୁ ଯାଉଛୁ ଯାହାଦ୍ୱାରା ଆପଣ ଏହା ଜାଣିପାରିବେ ଯେ ଆପଣ କିଣିଥିବା ଆଇଫୋନ ନକଲୀ ନା ନକଲୀ।

ସାଧାରଣତଃ ଫୋନର ଡିସପ୍ଲେ ବହୁତ ବ୍ରାଇଟ ଏବଂ ବହୁତ ସ୍ମଥ୍‌ ହୋଇଥାଏ, କିନ୍ତୁ ଆପଣଙ୍କ ଘରେ ଯଦି ଆଇଫୋନ୍‌ ଡେଲିଭର ହୋଇଛି ଏବଂ ଏହାର ଡିସପ୍ଲେ ସହିତ ଏହି ଜିନିଷ ଦେଖୁନାହାଁନ୍ତି ତାହେଲେ ଆପଣ ବୁଝିଯିବେ ଯେ ଆପଣଙ୍କୁ ଡେଲିଭର ହୋଇଥିବା ଆଇଫୋନ୍‌ ନକଲୀ। ଫେକ୍‌ ଆଇଫୋନ ମଡେଲର ଡିସପ୍ଲେ ବେକାର ଏବଂ ଡଲ୍‌ ହୋଇଥାଏ। ଏଥିସହିତ ଏହା ବହୁତ ସ୍ଲୋ ପ୍ରୋଗ୍ରେସ୍‌ ହୋଇଥାଏ, ଯାହାଦ୍ୱାରା ଆପଣ ନକଲୀ ଅସଲୀ ଜାଣିପାରିବେ।

ଆଇଫୋନ୍‌ ସହିତ ଏମିତି ବି ଆପଣଙ୍କୁ ଅଧିକ କିଛି ମିଳିନଥାଏ। କିନ୍ତୁ ଯଦି ଆପଣଙ୍କ ପାଖରେ ଏହାର ଲାଇଟନିଙ୍ଗ କେବଳ ଆସିଥାଏତାହେଲେ ମଧ୍ୟ ଆପଣ ପତ୍ତା ଲଗାଇ ପାରିବେ ଯେ ଏହା ଅସଲୀ ନା ନକଲୀ। କାହିଁକିନା ଫେକ ଆଇଫୋନର ଲାଇଟନିଙ୍ଗ ଅଳ୍ପ ପତଳା ହୋଇଥାଏ, ଏହାସହିତ କ୍ୱାଲିଟୀ ବି ଖରାପ ହୋଇଥାଏ। ଆପଣ ଏହିସବୁ ଦିଗକୁ ଧ୍ୟାନ ଦେଇ ଜାଣିପାରିବେ ଆଇଫୋନ୍‌ ଅସଲୀ ନା ନକଲୀ।

ଫ୍ରଣ୍ଟ ଏବଂ ବ୍ୟାକର ଡିଜାଇନରେ ବି ସମାନତା ଥାଏ, ଯାହାଦ୍ୱାରା ଏହା ଜାଣିବା ବହୁତ ମୁସକିଲ ଯେ ଆଇଫୋନ ଅସଲୀ ନା ନକଲୀ। କିନ୍ତୁ ଯଦି ଆପଣ ଏହାର ଚାରି କଡକୁ ଚେକ କରିବେ ତ ଏଠାରେ ଆପଣଙ୍କୁ ନକଲୀ ଆଇଫୋନରେ କିଛି କମି ଦେଖିବାକୁ ମିଳିବ। ଯାହା ଅସଲୀ ଆଇଫୋନ ଠାରୁ ବହୁତ ଅଲଗା ହୋଇଥାଏ। କାହିଁକିନା ବିଲକୁଲ ଅବିକଳ କପି ହେବା ବହୁତ ମୁସକିଲ ହୋଇଥାଏ। ଆପଣ ଫୋନର ଚାରି କଡକୁ ଧ୍ୟାନ ଦେଇ ସହଜରେ ପତ୍ତା ଲଗାଇପାରିବେ ଯେ ଆଇଫୋନ୍‌ ନକଲୀ ନା ଅସଲୀ।

ଅରିଜିନାଲ ଆଇଫୋନ୍‌ ମଡେଲ ଯାହାା ବ୍ୟାକରେ ପ୍ୟାନେଲ ଦିଆଯାଇଥାଏ, ତାହାକୁ ଗ୍ଲାସରେ ବନାଯାଇଥାଏ ଏବଂ ଏହାକୁ ଦେଖି ନହେଲେ ଛୁଇଁ ସହଜରେ ଏହାକୁ ପତ୍ତା ଲଗାଯାଇପାରିବ ଯେ ନକଲୀ ଆଇଫୋନ ମଡେଲରେ ଏହା ପ୍ଲାଷ୍ଟିକରେ ବନାଯାଇଥାଏ। ଏମିତିରେ ଆପଣ ଯଦି ଏଥିପ୍ରତି ଧ୍ୟାନ ଦେଲେ ତାହେଲେ ନକଲୀ ଫୋନକୁ ଧରା ପକାଇପାରିବେ।

ସବୁବେଳେ ଆଇଫୋନ୍‌ କିଣିବା ସମୟରେ ଏହାର ବିଳଡ କ୍ୱାଲିଟୀ ନିଣ୍ଚୟ ଚେକ କରିବା ଜରୁରୀ। କାହିଁକିନା ଅସଲୀ ଆଇଫୋନର ବିଲଡ କ୍ୱାଲିଟୀ ନାମରେ ଠକି ଦିଆଯାଏ। ଏମିତିରେ ଆପଣଙ୍କୁ ଏହାକୁୁ ଦେଖିବା ପରେ ର୍ହି ଅସଲୀ ନକଲୀର ଧାରଣା ଆସିଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.