Below header

ଶନିରିଷ୍ଟ ଖଣ୍ଡନ ପାଇଁ ପ୍ରତ୍ୟେକ ଶନିବାର ଲାଗିଥାଏ ଏଠାରେ ଭକ୍ତଙ୍କ ଗହଳି, ରାଜଧାନୀର ଏହି ମନ୍ଦିରକୁ ଆପଣ ବି ଯାଇ ଥରେ ଦର୍ଶନ କରନିଅନ୍ତୁ

ଶନିଦେବ ଗ୍ରହମାନଙ୍କ ମଧ୍ୟରେ ଶ୍ରେଷ୍ଠ। ହିନ୍ଦୁ ଧର୍ମ ଓ ଜ୍ୟୋତିଷ ଶାସ୍ତ୍ରରେ ଶନିଦେବଙ୍କୁ ନ୍ୟାୟର ଦେବତା ମନାଯାଏ। ନ୍ୟାୟର ଦେବ ଶନିରାଜ ଅନ୍ୟାୟକୁ ସହିପାରନ୍ତି ନାହିଁ। ତେବେ ଅନେକ ଜଣ ଶନିଙ୍କ ନାମ ଶୁଣିଲେ ଭୟ କରନ୍ତି। କାରଣ ତାଙ୍କ ସିଧା ଦୃଷ୍ଟି ଯାହା ଉପରେ ପଡ଼େ ତାର ଖରାପ ହେବା ସୁ ନିଶ୍ଚିତ। ଅଭିଶାପ ମିଳିଥିବା କାରଣରୁ ପ୍ରଭୁଙ୍କୁ ସମ୍ମୁଖରେ କେହି ବି ଛିଡ଼ା ହେବାକୁ ସାହାସ କରନ୍ତି ନାହିଁ। ଶନି ଚଳନ ସମୟରେ ମହାଗ୍ରହଙ୍କ ସ୍ଥିତିର ପ୍ରଭାବ ଲୋକଙ୍କ ସାଧାରଣ ଜୀବନ ଉପରେ ପଡ଼ିଥାଏ।

ମନାଯାଏ ଯେ ଶନିଦେବଙ୍କୁ ପ୍ରସନ୍ନ କରିବା ଖୁବ କଷ୍ଟ । ଅନ୍ୟାୟ ତଥା ଅଧର୍ମ କରୁଥିବା ଲୋକ ସବୁବେଳେ ଶନିଙ୍କ କୋପ ଦୃଷ୍ଟିର ଶିକାର ହୋଇଥାନ୍ତି। ଶନିଦେବ ବ୍ୟକ୍ତିଙ୍କୁ ଭଲ କାମ ପାଇଁ ଭଲ ଫଳ ଓ ଖରାପ କାମ ପାଇଁ ଖରାପ ଫଳ ଦିଅନ୍ତି। ଅନ୍ୟାୟ କରୁଥିବା ଲୋକଙ୍କୁ ସେ ସହିପାରନ୍ତି ନାହିଁ। ଏହାସହ ଯେଉଁମାନେ ଅନ୍ୟ ଲୋକମାନଙ୍କୁ ଶୋଷଣ କରନ୍ତି ସେମାନଙ୍କ ପାଇଁ ଖରାପ କାମ କରନ୍ତି। ତେବେ ଶନିଦେବଙ୍କ ପ୍ରକୋପରୁ ସେ ବଞ୍ଚନ୍ତି ନାହିଁ। ଶନିଙ୍କ କୋପ ଦୃଷ୍ଟି ପଡ଼ିଲେ ବ୍ୟକ୍ତି ନର୍କ ଜୀବନ ଅତିବାହିତ କରେ।

ତେବେ କେତେକ ଶନି ଗ୍ରହକୁ ପାପି ଗ୍ରହ ବୋଲି କୁହାଯାଏ। ଯେକୌଣସି ଜାତକର କୁଣ୍ଡଳୀରେ ଶନି ଅଶୁଭ ସ୍ଥିତିରେ ଥିଲେ ତାହା ଖରାପ ହୋଇଥାଏ। ଏହାସହ ଶନିଙ୍କୁ କର୍ମ ଦେବତା ବୋଲି ମଧ୍ୟ କୁହନ୍ତି। ମନାଯାଏ ଯେ ଶନିଦେବ ମଣିଷଙ୍କୁ ତାଙ୍କ କର୍ମ ଅନୁସାରେ ଫଳ ଦେଇଥାନ୍ତି। ଅନେକ ଲୋକ ଶନିଙ୍କ ଦଶାକୁ ନର୍କ ଦଶା ବୋଲି ମାନନ୍ତି। କାରଣ ଶନିଙ୍କର ସାଢ଼େ ସାତ ବର୍ଷ ଧରି ଚଳନ ବ୍ୟକ୍ତି ଜୀବନରେ ସ୍ୱାସ୍ଥ୍ୟ, ଆର୍ଥିକ ଓ ମାନସିକ ସ୍ଥିତିକୁ ବିଗାଡ଼ିଦିଅନ୍ତି। ଅନେକ ଶନିରିଷ୍ଟ ଖଣ୍ଡନ ପାଇଁ ବହୁତ କିଛି ଉପାୟକୁ ଆପଣାନ୍ତି। ଯେମିିତିକି ପ୍ରତ୍ୟେକ ଶନିବାର ଶନି ମନ୍ଦିର ଯିବା। ରାଶି ତେଲ ଦୀପ ଲଗାଇବା ସହିତ ଲୁହାର ବ୍ୟବହାର ଆଦି କରି ଶନିଙ୍କୁ ପ୍ରସନ୍ନ କରିବାରେ ଲାଗିପଡ଼ନ୍ତି।

ଏଭଳି ଏକ ଶନିଦେବ ମନ୍ଦିର ରାଜଧାନୀ ଭୁବନେଶ୍ୱର ସ୍ଥିତ ବାଣୀବିହାରରେ ରହିଛି। ପ୍ରଭୁ ଶନିଦେବ ଏଠାରେ ରାହୁ ଓ କେତୁଙ୍କ ସହ ମନ୍ଦିରରେ ପୂଜା ପାଆନ୍ତି। ଏଠାକୁ ପ୍ରତ୍ୟେକ ଶନିବାର ଦିନ ଭକ୍ତଙ୍କ ଗହଳି ଲାଗେ। କୁହାଯାଏ ଭକ୍ତିର ସହ ସତ୍‌ ମନରେ ଯିଏ ବି ଶନିଦେବଙ୍କୁ ପୂଜା କରେ ତାର ଶନି ରିଷ୍ଟ ଖଣ୍ଡନ ହୋଇଯାଏ। ତେଣୁ ଆପଣ କେବେ ବି ମିଥ୍ୟା କୁହନ୍ତୁ ନାହିଁ ଅବା ଅଧର୍ମ ରେ ଚାଲନ୍ତୁ ନାହିଁ। କାରଣ ଏସବୁ କୁ ଶନିଦେବ ଘୃଣା କରନ୍ତି।

ଆପଣ ବି ଥରେ ଏମନ୍ଦିର ଯାଇ ଥରେ ଦର୍ଶନ କରିନିଅନ୍ତୁ। ମନ୍ଦିର ପରିସରରେ ଆପଣ ମାଆ ଦକ୍ଷିଣ କାଳୀଙ୍କର ଦର୍ଶନ ମଧ୍ୟ କରିପାରିବେ। ଦକ୍ଷିଣକାଳୀ ହେଉଛନ୍ତି ଶନିଦେବଙ୍କ ଇଷ୍ଟ ଦେବୀ। ଶନିରାଜଙ୍କୁ ଆପଣ ପ୍ରସନ୍ନ କରିବାକୁ ଚାହୁଁଥିଲେ ନିଶ୍ଚିତ ଭାବେ କାଳୀ ମାଆଙ୍କର ପୂଜା କରନ୍ତୁ। ଦେଖିବେ ମହାଗ୍ରହ ଶନି ଓ ମାଆ କାଳୀ ଆପଣଙ୍କର ସବୁ ସମସ୍ୟାର ସମାଧାନ କରିଦେବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.