Below header

କଟକ: ମୃତ ରୋଗୀକୁ ଚିକତ୍ସା ବାହାନାରେ ପରିବାର ଠାରୁ ଟଙ୍କା ଲୁଟିବା ପଡିଲା ମହଙ୍ଗା, ସିଲ୍‌ ହେଲା ଅନ୍ନପୂର୍ଣ୍ଣା ନର୍ସିଂ ହୋମ

କଟକ(କେନ୍ୟୁଜ୍):  ମୃତ ରୋଗୀକୁ ଚିକତ୍ସା ବାହାନାରେ ଟଙ୍କା ଲୁଟିବା ମହଙ୍ଗା ପଡିଲା । ସିଲ୍‌ ହେଲା ଘରୋଇ ନର୍ସିଂ ହୋମ୍‌ । କଟକ ମଙ୍ଗଳାବାଗ ଅଞ୍ଚଳରେ ଥିବା ଅନ୍ନପୂର୍ଣ୍ଣା ନର୍ସିଂ ହୋମକୁ ସିଲ୍‌ କରିଛନ୍ତି କଟକ ସିଡିଏମ୍‌ଓ । ଜଣେ ରୋଗୀ ଚିକିତ୍ସା ପାଇଁ କଟକ ଏସ୍‌ସିବି ମେଡିକାଲ ଆସିଥିଲେ । ପରେ ଅନ୍ନପୂର୍ଣ୍ଣା ନର୍ସିଂ ହୋମକୁ ଚିକିତ୍ସା ପାଇଁ ଯାଇଥିଲେ । ସେଠାରେ ରୋଗୀଙ୍କ ମୃତ୍ୟୁ ପରେ ବି ଆଇସି ୟୁରେ ରଖାଯାଇ ଚିକିତ୍ସା ନାଁରେ ଅଧିକ ଟଙ୍କା ପାଇଁ ଚାପ ପକାଇଥିଲେ ।

ଏନେଇ ମୃତ ପରିବାର ଲୋକ ମଙ୍ଗଳାବାଗ ଥାନାରେ ଅଭିଯୋଗ କରିବା ପରେ ଜିଲ୍ଲା ପ୍ରଶାସନ, ପୋଲିସ, ସିଡିଏମ୍‌ଓ ଏବଂ ମାଜିଷ୍ଟ୍ରେଟ ନର୍ସିଂ ହୋମ୍‌କୁ ଆସି ତଦନ୍ତ କରିଥିଲେ । ପ୍ରାଥମିକ ତଦନ୍ତରୁ ହସ୍ପିଟାଲ କତ୍ତୃପକ୍ଷଙ୍କ ଭୁଲ ଥିବା ଜାଣିବାକୁ ପାଇଥିଲେ । ଆଜି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ନର୍ସିଂ ହୋମକୁ ସିଲ୍‌ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.