କଟକ: ମାହାଙ୍ଗା ସାରସ୍ବତ ଆନ୍ଦୋଳନର ପୃଷ୍ଠପୋଷକ ରବୀନ୍ଦ୍ର ସାହୁଙ୍କ ପରଲୋକ,ଶ୍ମଶାନ ଯାଏ ଶବ କାନ୍ଧେଇଲେ ମନ୍ତ୍ରୀ ପ୍ରତାପ ଜେନା

ମାହାଙ୍ଗା(କେନ୍ୟୁଜ୍):  କଟକ ଜିଲ୍ଲା ମାହାଙ୍ଗା ବ୍ଲକ ପୁର୍ବତନ ବ୍ଲକ କଂଗ୍ରେସ ସଭାପତି ତଥା ବିଶିଷ୍ଟ ଶିକ୍ଷାବିତ ଏବଂ ମାହାଙ୍ଗା ସାରସ୍ବତ ଆନ୍ଦୋଳନର ଅନ୍ୟତମ ପୃଷ୍ଠପୋଷକ ରବୀନ୍ଦ୍ର କୁମାର ସାହୁଙ୍କର ୭୭ ବୟସରେ ପରଲୋକ ହୋଇଛି l ଦୀର୍ଘ ଦିନ ହେବ ତାଙ୍କର ଦେହ ଅସୁସ୍ଥ ଥିଲା କଟକ ଘରୋଇ ମେଡ଼ିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା l

pratap jena2

ତାଙ୍କର ମୃତ୍ୟୁରେ ମାହାଙ୍ଗା ବିଧାୟକ ତଥା ମନ୍ତ୍ରୀ ପ୍ରତାପ ଜେନା, ବ୍ଲକ ଅଧ୍ୟକ୍ଷ ଶରତ ନାୟକ, ଯୁବ ବିଜେଡ଼ି ସଭାପତି ଶରତ ମହାପାତ୍ର ,ଯୁବ ନେତା ମାସୁଦ ଅଲ୍ଲୀ, ବରିଷ୍ଠ କଂଗ୍ରେସ ନେତା ଦେବେନ୍ଦ୍ର ସାହୁ , ଜିଲ୍ଲା ପିସିସି ପୂର୍ବତନ ସମ୍ପାଦକ ପ୍ରଦୀପ୍ତ ଦାସ, ଡ ବିଜୟା ନନ୍ଦ ସିଂହ ପ୍ରମୁଖ ତାଙ୍କର ଶେଷ ଦର୍ଶନ କରିବା ସହ ମର ଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ l ଏହାପରେ ଖନ୍ଦଳ ଠାରୁ ପଟୁଆରରେ ସ୍ବର୍ଗତ ସାହୁଙ୍କ ଶବକୁ କାନ୍ଧେଇ ମନ୍ତ୍ରୀ ଜନ୍ମ ମାଟି ମଣି ଜୋରି ଗ୍ରାମକୁ ନେଇଥିଲେ  l ମନ୍ତ୍ରୀଙ୍କ ଏହି ମହନୀୟତା ପାଇଁ ମାହାଙ୍ଗା ଅଞ୍ଚଳର ଜନସାଧାରଣମାନେ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ପ୍ରଶଂସା କରିଛନ୍ତି l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.