Below header

ରାଜ୍ୟର ୧୦ ଜିଲ୍ଲାରେ ଆରମ୍ଭ ହେଲା ନାଇଟ୍‌ କର୍ଫ୍ୟୁ, ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ୭ ଘଣ୍ଟିଆ ରାତ୍ରିକାଳୀନ କର୍ଫ୍ୟୁ

କେନ୍ୟୁଜ୍(ବ୍ୟୁରୋ):  ରାଜ୍ୟର ୧୦ ଜିଲ୍ଲାରେ ଆରମ୍ଭ ହେଲା ନାଇଟ୍‌ କର୍ଫ୍ୟୁ । ଛତିଶଗଡ଼ ସୀମାନ୍ତବର୍ତ୍ତୀ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ୧୦ ଜିଲ୍ଲାରେ ରାତି ୧୦ଟାରୁ ସକାଳ ୫ଟା ଯାଏ ୭ ଘଣ୍ଟିଆ ରାତ୍ରିକାଳୀନ କର୍ଫ୍ୟୁ ଲାଗୁ ହୋଇଛି । ଏହି ଜିଲ୍ଲା ଗୁଡ଼ିକ ହେଲା ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ବଲାଙ୍ଗିର, ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ।

ଛତିଶଗଡ଼ରେ ସଂକ୍ରମଣ ଉପରମୁହାଁ ଥିବା ବେଳେ ସୀମାନ୍ତ ୧୦ ଜିଲ୍ଲାରେ ସତର୍କତା ଅବଲମ୍ବନ କରିଛନ୍ତି ରାଜ୍ୟ ସରକାର । ଚେକିଂକୁ କଡ଼ାକଡ଼ି କରାଯାଇଥିବା ବେଳେ ଲୋକଙ୍କ ଯାଆସ ଉପରେ କଡ଼ା କଟକଣା ଲାଗିଛି। ତେବେ ଏହି ସମୟରେ ଜରୁରୀକାଳୀନ ସେବା ଚାଲୁ ରହିବ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.