Below header

ଗିରଫ ହୋଇଥିବା ତିନି ଜଣ ମେଡିକାଲ ରିପ୍ରେଜେଣ୍ଟେଟିଭ୍‌ ଖଲାସ, ଦାବି ଦୋହରାଇଲା ସଂଘ

ଭୁବନେଶ୍ୱର (କେ ନ୍ୟୁଜ୍‌) : ଦାବି ପରେ ଖଲାସ ହେଲେ ତିନି ମେଡିକାଲ ରିପ୍ରେଜେଣ୍ଟେଟିଭ୍‌ । ଏହି ତିନି ଜଣଙ୍କୁ ଭୁଲ ବଶତଃ ଦଲାଲ କହି ପୋଲିସ୍‌ କ୍ୟାପିଟାଲ ହସପିଟାଲରୁ ଗିରଫ କରି ନେଇଥିଲା । ତେଣୁ ପ୍ରତିବାଦରେ ଓଡ଼ିଶା ସେଲ୍‌ସ ରିପ୍ରେଜେଣ୍ଟେଟିଭ୍ସ ୟୁନିୟନ ଆହ୍ଵାନରେ ଲୋୟର ପିଏମ୍‌ଜି ଠାରେ ଧାରଣା ଦିଆଯାଇଥିଲା । ପୁଣି ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ସ୍ୱାସ୍ଥ୍ୟମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଥିଲା ।
ଦଲାଲ ନାମରେ ମେଡିକାଲ ରିପ୍ରେଜେଣ୍ଟେଟିଭମାନଙ୍କୁ ଯେଭଳି ଭାବେ ହଇରାଣ ହରକତ ଓ ବଦନାମ କରାଯାଉଛି ତାକୁ ବନ୍ଦ କରିବା, ସରକାରୀ ଡାକ୍ତରଖାନାରେ ମେଡିକାଲ ରିପ୍ରେଜେଣ୍ଟେଟିଭଙ୍କୁ ସେମାନଙ୍କ କାମ ପାଇଁ ଅତି କମ୍‌ରେ ଏକଘଣ୍ଟା ସମୟ ଦେବା ଆଦି ଦାବି କରାଯାଇଛି । ସମସ୍ତ ଦାବି ପୂରଣ ନହେଲେ ଅଗାମୀ ଦିନରେ ଆନ୍ଦୋଳନକୁ ତୀବ୍ର କରାଯିବ ବୋଲି ସଂଘର ଭୁବନେଶ୍ୱର ଜିଲ୍ଲା ସଭାପତି ସୁଭାଷ ଚନ୍ଦ୍ର ମହାନ୍ତି ଓ ସମ୍ପାଦକ ଶିଶିର କୁମାର ତ୍ରିପାଠୀ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.