Below header

ସମଗ୍ର ବିଶ୍ୱରେ ପାଳିତ ହେଲା ଅଷ୍ଟମ ଆର୍ଟ ଅଫ୍ ଗିଭିଂ ଦିବସ, ଚଳିତବର୍ଷ ବିଷୟବସ୍ତୁ ରଖିଛନ୍ତି ‘ମାଇଁ ମଦର- ମାଇଁ ହିରୋ’

କେନ୍ୟୁଜ୍(ବ୍ୟୁରୋ): ପରିବାରରୁ ଆରମ୍ଭ ହୋଇଥାଏ ସ୍ନେହ, ପ୍ରେମ ଓ ଅନ୍ୟକୁ ଖୁସି ବାଣ୍ଟିବାର ପରମ୍ପରା। ସ୍ନେହ ଓ ପ୍ରେମ ପ୍ରଥମେ ମିଳିଥାଏ ମାଆଙ୍କ ନିକଟରୁ। ମାଆଙ୍କଠାରୁ ମିଳିଥିବା ସ୍ନେହ ଓ ଖୁସି ଅନ୍ୟମାନଙ୍କୁ ଦାନ କରିବାର ପ୍ରେରଣା ପରିବାରରୁ ହିଁ ମିଳିଥାଏ। ଏହି ଭାବନାକୁ ନେଇ ଚଳିତବର୍ଷ ସମଗ୍ର ବିଶ୍ୱରେ ପାଳିତ ହେଉଛି ଅଷ୍ଟମ ଆର୍ଟ ଅଫ୍ ଗିଭିଂ ଦିବସ। ଏବେ କରୋନା ଯୋଗୁଁ ସମଗ୍ର ବିଶ୍ୱ, ଭାରତ ଓ ଓଡ଼ିଶା ମଧ୍ୟ କବଳିତ ହୋଇପଡ଼ିଥିବା ଯୋଗୁଁ ଚଳିତବର୍ଷ ଆର୍ଟ ଅଫ୍ ଗିଭିଂ ଘରେ ରହି ପାଳନ କରାଯାଉଛି। ଏଥିପାଇଁ ବାହାରେ କୌଣସି କାର୍ଯ୍ୟକ୍ରମ ଆୟୋଜନ କରାଯାଇନାହିଁ। ଏହାର ମୂଳଲକ୍ଷ୍ୟ ହେଉଛି ଅନ୍ୟମାନଙ୍କୁ ଭଲପାଇବା ଓ ଖୁସି ବାଣ୍ଟିବା ।

ଆର୍ଟ ଅଫ୍ ଗିଭିଂର ପ୍ରତିଷ୍ଠାତା ଡ.ଅଚ୍ୟୁତ ସାମନ୍ତ ଚଳିତବର୍ଷ ଆର୍ଟ ଅଫ୍ ଗିଭିଂର ବିଷୟବସ୍ତୁ ରଖିଛନ୍ତି ‘ମାଇଁ ମଦର- ମାଇଁ ହିରୋ’। କରୋନା ଯୋଗୁଁ ଏ ବର୍ଷ ଘରେ ରହି ଆର୍ଟ ଅଫ୍ ଗିଭିଂ ଦିବସ ପାଳନ କରାଯାଉଥିବାରୁ ଏହି ବିଷୟବସ୍ତୁ ଉପରେ ମାଆମାନଙ୍କୁ କୃତଜ୍ଞତା ଜଣାଇବା ପାଇଁ ନିବେଦନ କରାଯାଇଛି। ସମଗ୍ର ବିଶ୍ୱରେ ଆର୍ଟ ଅଫ୍ ଗିଭିଂର ପ୍ରଶଂସକମାନେ ଅତି ଆଗ୍ରହ ଓ ଉତ୍ସାହର ସହ ମାଆଙ୍କୁ କୃତଜ୍ଞତା ଜଣାଇ ଆର୍ଟ ଅଫ୍ ଗିଭିଂ ଦିବସ ପାଳନ କରୁଛନ୍ତି

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.