ବିରାଟ କୋହଲିଙ୍କ ସ୍କୁଲ ସାଙ୍ଗଙ୍କ Slam Book ସୋସିଆଲ ମିଡିଆରେ ହେଉଛି ଭାଇରଲ, ଜାଣନ୍ତୁ କ’ଣ ସେଥିରେ ଲେଖିଥିଲେ ଏହି ଟିମ ଇଣ୍ଡିଆ କ୍ୟାପଟେନ

ଟିମ ଇଣ୍ଡିଆ କ୍ୟାପଟେନ ବିରାଟ କୋହଲି ଯଦିଓ ଏବେ କ୍ରିକେଟ ମଇଦାନରୁ ଦୂରରେ ଅଛନ୍ତି ଏବଂ ଘରେ ଫୁରସତ ସମୟ ବିତାଉଛନ୍ତି, କିନ୍ତୁ ତାଙ୍କ ସହ ଜଡ଼ିତ କିଛି ପୁରୁଣା ସ୍ମୃତି ସୋସିଆଲ ମିଡ଼ିଆରେ ଚର୍ଚ୍ଚାର ବିଷୟ ପାଲଟିଛି।

ବିରାଟ କୋହଲିଙ୍କ ସାଙ୍ଗଙ୍କ ସ୍ଲାମ ବୁକ ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରଲ ହେଉଛି, ଯେଉଁଥିରେ ବିରାଟ ଲେଖିଥିଲେ କି, ସେ ଭାରତୀୟ କ୍ରିକେଟର ହେବାକୁ ଚାହୁଁଛନ୍ତି। ଏହାଛଡା ସେ ଏହା ମଧ୍ୟ କହିଥିଲେ ଯେ ତାଙ୍କୁ ଫୁଟବଲ ଖେଳିବା ପସନ୍ଦ।

ବିରାଟ ସ୍ଲାମ ବୁକରେ ଲେଖିଥିଲେ, ତାଙ୍କ ପାଇଁ ସବୁଠାରୁ ଖୁସିର ମୁହୂର୍ତ୍ତ ତାହା ଥିଲା, ଯେଉଁଦିନ ସେ କ୍ରିକେଟରେ ନିଜର କ୍ୟାରିୟର ବନାଇବା ପାଇଁ କୋଚିଂରେ ଯୋଗ ଦେଇଥିଲେ। ବଲିଉଡ ଆକ୍ଟର ହୃତିକ ରୋଶନ ତାଙ୍କର ସବୁଠାରୁ ପସନ୍ଦର ବ୍ୟକ୍ତି ଥିଲେ ବୋଲି ସେ ଜଣାଇଥିଲେ।

କହି ରଖୁଛୁ, ବିରାଟ କୋହଲିଙ୍କ ସ୍କୁଲ ସାଙ୍ଗ ଶାଲଜ ସୋନ୍ଧି ବିରାଟଙ୍କର କେତେକ ସ୍ମୃତିଭରା ଫଟୋ ସେୟାର କରିଛନ୍ତି। ସେ ମଧ୍ୟ ପିଲାବେଳେ କୋହଲିଙ୍କ ସହ କ୍ରିକେଟ ଖେଳୁଥିଲେ।

 

View this post on Instagram

 

A post shared by Shalaj Sondhi (@shalajsondhi)

 

View this post on Instagram

 

A post shared by Shalaj Sondhi (@shalajsondhi)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.