Below header

ଉଚ୍ଚ ରକ୍ତଚାପ ଜନିତ ସମସ୍ୟାରୁ ମୁକ୍ତି ପାଇଁ ଖାଆନ୍ତୁ ଏହି ସବୁ ଖାଦ୍ୟ

ଉଚ୍ଚ ରକ୍ତଚାପ ଏବେ ସମସ୍ତଙ୍କର ଏକ ବଡ଼ ସମସ୍ୟା ରୂପେ ଉଭାନ ହୋଇଛି । ଏହା ପ୍ରାୟତଃ ବୟସ୍କ ବ୍ୟକ୍ତି ମାନଙ୍କ ମଧ୍ୟରେ ଦେଖିବାକୁ ମିଳେ । ଏହା ବ୍ୟତିତ ମେଦ ବହୁଳତା ଥିବା ବ୍ୟକ୍ତି ମାନେ ମଧ୍ୟ ଏହି ସମସ୍ୟାର ସମ୍ମୁଖିନ ହୋଇଥାନ୍ତି । ଏହାଦ୍ୱାରା ଧମନୀ ଗୁଡିକରେ ରକ୍ତର ପ୍ରଭାବ ଦେଖିବାକୁ ମିଳେ । ଯାହା ଦ୍ୱାରା ଶରୀରର କୌଣସି ବି ଅଙ୍ଗକୁ ଏହା ପ୍ରଭାବିତ କରିପାରେ ।

ତେବେ ଏହି ସମସ୍ୟା ଦେଖାଯାଉଥିଲେ ଖାଦ୍ୟ ଉପରେ ଆପଣଙ୍କୁ ଧ୍ୟାନ ଦେବାକୁ  ପଡିବ । ଆଜି ଆମେ କହିବୁ ଆପଣଙ୍କୁ ଏଥି ନିମିତ୍ତ କଣ ଖାଇବା ଆବଶ୍ୟକ ।

– ଉଚ୍ଚ ରକ୍ତଚାପ ଥିଲେ ଲୁଣର ସେବନ କମ କରିବା ଉଚିତ ।

– ଏହି ରୋଗୀ ଅଧିକ ଖାଇବା ଉଚିତ ନୁହେଁ । ଗରିଷ୍ଠ ଭୋଜନଠୁ ଦୂରେଇ ରହିବା ଆବଶ୍ୟକ ।

– କମ ମାତ୍ରାରେ ବାଜର, ଗହମ, ମୁଗ ଡାଲି ଓ ଅଙ୍କୁରିତ ଖାଦ୍ୟ ଖାଇବା ଆବଶ୍ୟକ ।

– ପାଳଙ୍ଗ ଶାଗ, କୋବି, ବଥୁଆ ଭଳି ଶାଗ ଓ ସବୁଜ ପନିପରିବା ଖାଇବା ଆବଶ୍ୟକ ।

– ଭୋଜନରେ ଫଳ ଆହାର କରନ୍ତୁ ।

– ଲେମ୍ବୁ ସହ ପିଆଜ, ରସୁଣ, ସୋୟାବିନ ଓ ସାବୁଦାନା ଖାଇବା ଆବଶ୍ୟକ ।

– ପୋଟାସିୟମ ଯୁକ୍ତ ଖାଇବା ଜରୁରୀ ।

– ତେଲ ଜାତୀୟ ଖାଦ୍ୟକୁ ଖାଇବା ଅନୁଚିତ ।

– ଏହାସହ ଗୁଡ, ମହୁ, ସୋୟାବିନ ତେଲ, କ୍ଷୀର, ଆଦିର ସେବନ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.