Below header

କରୋନା ସମୟରେ ଡିଜିଟାଲ କମ୍ୟୁନିକେସନ ଦୂର-ସଞ୍ଚାରର ସବୁଠୁ ଭଲ ମାଧ୍ୟମ

ଆଜି ବିଶ୍ୱ ପାଳୁଛି ଦୂର-ସଞ୍ଚାର ଦିବସ । ବିଶ୍ୱ ଦୂର-ସଞ୍ଚାର ଦିବସ ପ୍ରତିବର୍ଷ ୧୭ ମଇରେ ପାଳନ କରାଯାଏ । ଏହି ଦିନକୁ ପାଳନ କରିବା ପାଇଁ ବିଶେଷ ଉଦ୍ଦେଶ୍ୟ ରହିଛି । ଖାସ କରି ଦୂର- ସଞ୍ଚାର ପ୍ରାଦ୍ୟୋଗିକ ପ୍ରତି ଲୋକଙ୍କୁ ଜାଗୃତ କରିବା ପାଇଁ ଏହା ପାଳନ କରାଯାଏ । ଯାହାର କରୋନା କାଳରେ ମହତ୍ୱ ଅଧିକ ବଢ଼ିଯାଇଛି । ସମାଜରେ ଏହାର ବିଶେଷ ଭୂମିକା ରହିଛି । ସଞ୍ଚାର ମାଧ୍ୟମରେ ହିଁ ଆଜି ଘରେ ବସିଥିବା ଲୋକ ଅନ୍ୟ ମାନଙ୍କ ସହ ଯୋଡି ହୋଇପାରୁଛି । ଏହା ସବୁଠୁ ବଡ କଥା ।

ଆଜି ବିଶ୍ୱ ୫୨ଥର ଭାବେ ଦୂର-ସଞ୍ଚାର ଦିବସ ପାଳନ କରୁଛି । ସର୍ବପ୍ରଥମ ରୂପେ ୧୭ ମଇ ୧୯୬୯ ମସିହାରେ ଏହି ଦିବସକୁ ପାଳନ କରିବା ଆରମ୍ଭ ହୋଇଥିଲା । ୨୦୦୫ରେ ୟୁନାଇଟେଡ ନେସନ ମହାସଭା ଦ୍ୱାରା ଏହାକୁ ସୂଚନା ଦିବସ ରୂପେ ଘୋଷିତ କରାଗଲା । ଯାହା ମାଧ୍ୟମରେ ଆପଣ ସମସ୍ତ ସୂଚନା ପାଇପାରୁଛନ୍ତି ।

ପ୍ରତିବର୍ଷ ଏହାକୁ ନେଇ ଏକ ଥିମ୍ ରଖାଯାଏ । ଏବର୍ଷ ଥିମ ଡିଜିଟାଲ ପରିବର୍ତ୍ତନ ଉପରେ ରହିଛି । କରୋନା କାଳରେ ଏହି ଥିମ ପୂର୍ଣ୍ଣ ରୂପରେ ଡିଜିଟାଲ ପରିବର୍ତ୍ତନକୁ ସ୍ୱାଗତଯୋଗ୍ୟ କରିଛି । ଡିଜିଟାଲ ମାଧ୍ୟମରେ ଲୋକଙ୍କୁ ଅଧିକ ସଚେତନ କରାଯାଉଥିବା ବାର୍ତ୍ତାକୁ ପ୍ରଶଂସା ମଧ୍ୟ କରାଯାଇଛି ।

ସଞ୍ଚାର କମ୍ୟୁନିକେସନରେ ବଦଳୁଥିବା ମାଧ୍ୟମରେ ଡିଜିଟାଲ କମ୍ୟୁନିକେସନର ବଡ଼ ଭୂମିକା ରହିଛି । ଏହାଦ୍ୱାରା ସ୍କୁଲ ଶିକ୍ଷା ଠୁ ଆରମ୍ଭ କରି ବିଦେଶ ପର୍ଯ୍ୟନ୍ତ ଘଟୁଥିବା ସବୁ ଖବର ବିଷୟରେ ଆମେ ଜାଣିପାରିଥାଉ । ଏଥିପାଇଁ କରୋନା ଜନିତ ସତର୍କତା ମଧ୍ୟ ଆମେ ଜାଣି ପାରୁଛେ । ଯାହା ଦ୍ୱାରା କରୋନା ସହ ଲଢ଼ିବା ପାଇଁ ଆମକୁ ସାହସ ମିଳୁଛି । କିଛି ଜଣ ସୋସିଆଲ ମିଡିଆ ଦ୍ୱାରା ଲୋକଙ୍କୁ ସାହାଯ୍ୟ ମଧ୍ୟ କରୁଛନ୍ତି । ଅନଲାଇନ ମାଧ୍ୟମରେ ସମସ୍ତ ତଥ୍ୟ ସଂପର୍କରେ ଜାଣି ହେଉଛି । ଏହାସହ ଘରୋଇ ଦରକାରୀ ଜିନିଷ ମଧ୍ୟ ଆମେ ଅନଲାଇନ ମାଧ୍ୟମରେ ପାଇ ପାରୁଛେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.