ରାଜ୍ୟର ବିଭିନ୍ନ ସ୍ଥାନରେ ଆର୍ଟ ଅଫ୍‌ ଗିଭିଂ କାର୍ଯ୍ୟକ୍ରମ

କେନ୍ୟୁଜ୍ : କଟକ ପୋପରଡ଼ା ବେଲେଶ୍ୱର ନୋଡାଲ ୟୁପି ସ୍କୁଲରେ ପାଳିତ ହୋଇଛି ଆର୍ଟ ଅଫ୍‌ ଗିଭିଂ । ଏଥିରେ ପାଖାପାଖି ୧୩୦ ଜଣ ପିଲା ଉପସ୍ଥିତ ଥିଲେ । ପିଲାମାନଙ୍କୁ ଖାତା, ପେନ୍‌, ପେନ୍‌ସିଲ ଆଦି ସ୍କୁଲ କିଡ୍‌ ପ୍ରଦାନ କରାଯାଇଛି । କିଟ୍‌ର ଏଗ୍‌ଜିକ୍ୟୁଟିଭ୍‌ ଇଞ୍ଜିନିୟର ଜେ. କେ ପଟ୍ଟନାୟକ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ ।

ବ୍ରହ୍ମପୁରରେ ପାଳିତ ହୋଇଛି ଆର୍ଟ ଅଫ୍‌ ଗିଭିଂ କାର୍ଯ୍ୟକ୍ରମ । ବ୍ରହ୍ମପୁର ମେଡିକାଲ କ୍ୟାମ୍ପସ ଖେଳ ପଡ଼ିଆରେ ଏହି କାର‌୍ୟ୍ୟକ୍ରମ ଆୟୋଜିତ ହୋଇଛି । ଗୁଡ୍‌ ମର୍ଣ୍ଣିଂ କ୍ଲବ ପକ୍ଷରୁ ଆର୍ଟ ଅଫ୍‌ ଗିଭିଂ ଆୟୋଜିତ କାର୍ଯ୍ୟକ୍ରମରେ ୧୦୦ରୁ ଅଧିକ ଲୋକ ସାମିଲ ହୋଇଥିଲେ ।

beharmpurମୟୁରଭଞ୍ଜରେ ପାଳନ କରାଯାଇଛି ଆର୍ଟ ଅଫ୍‌ ଗିଭିଂ ଦିବସ। ଜିଲ୍ଲାର ସମସ୍ତ ୨୬ଟି ବ୍ଲକରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ବାରିପଦା ସହରର ବିଭିନ୍ନ ବାଳାଶ୍ରମ ଓ କିସ୍‌ କ୍ୟାମ୍ପସରେ ମଧ୍ୟ ଏହି ଦିବସକୁ ପାଳନ କରାଯାଇଛି। ଦୀର୍ଘ ୬ବର୍ଷ ଧରି କେତେବେଳେ ଭୋକିଲାଙ୍କ ମୁହଁରେ ଖାଦ୍ୟ ଦେଇ ତ ଆଉ କେବେ ସମସ୍ତଙ୍କୁ ଶିକ୍ଷାର ଖୁସି ଦେଇ ଆର୍ଟ ଫ୍‌ ଗିଭିଂ ଡେ ପାଳନ କରାଯାଉଛି।

mayurbhanjସମ୍ବଲପୁରରେ ଆର୍ଟ ଅଫ୍‌ ଗିଭିଂର ଷଷ୍ଠ ବାର୍ଷିକୀ ପାଳନ କରାଯାଇଛି। କାର୍ଯ୍ୟକ୍ରମରେ ଶତାଧିକ ଛାତ୍ରଛାତ୍ରୀଙ୍କୁ ବ୍ୟାଗ ଅଫ୍‌ ହାପିନେସ ପ୍ରଦାନ କରାଯାଇଥିଲା। ଏହି ଅବସରରେ ସମାଜସେବୀ ଜିନା ପ୍ରଧାନ, ସମାଜସେବୀ ଦାମୋଦର କର ପ୍ରମୁଖ ଯୋଗଦେଇ ପିଲାମାନଙ୍କୁ ପାଠ୍ୟପୁସ୍ତକ ଉପକରଣ ବଣ୍ଟନ କରିଥିଲେ।

sambalpurଯାଜପୁର ଜାରକା ନିକଟସ୍ଥ ଦେଉଳିଠାରେ ପାଳିତ ହୋଇଛି ଆର୍ଟ ଅଫ୍‌ ଗିଭିଂ ଦିବସ । ଏହି ଅବସରରେ ଆର୍ଟ ଅଫ୍‌ ଗିଭିଂର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ପରିକଳ୍ପନା ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଯାଇଥିଲା । ଚଳିତ ବର୍ଷର ଥିମ୍‌ ବ୍ୟାଗ ଅଫ୍‌ ହାପିନେସ୍‌ କାର୍ଯ୍ୟକ୍ରମ ସମ୍ପର୍କରେ ଅତିଥିମାନେ ବକ୍ତବ୍ୟ ଦେଇଥିଲେ । ପରେ ଛାତ୍ରଛାତ୍ରୀଙ୍କୁ ଖୁସିର ପ୍ୟାକେଟ ବଣ୍ଟନ କରାଯାଇଥିଲା । ଯାହାକୁ ଆନନ୍ଦର ସହ ଗ୍ରହଣ କରିଥିଲେ ଛାତ୍ରଛାତ୍ରୀ ।

jajpurକଟକ ସାଲେପୁର ବ୍ଳକ୍‌ ନନ୍ଦ ପୀଠ ଗୋପୀନାଥପୁରରେ ଆର୍ଟ ଅଫ୍‌ ଗିଭିଂ ପାଳିତ । ଚଳିତ ବର୍ଷ ପିଲାଙ୍କ ପାଠ ପଢା ପାଇଁ ସମସ୍ତ ଆସବାବପତ୍ର ଯୋଗାଇ ଦିଆଯାଇଛି ।

କେନ୍ଦ୍ରାପଡ଼ା ଗରାପୁରସ୍ଥିତ ଶିଶୁ ମଙ୍ଗଳ ଅଧୀନରେ ଥିବା ସାହା ସୁଧାର ଗୃହରେ ଓ ମନକରପୁରୁ ରେସ୍ୱା ମହିଳା ଆଶ୍ରମରେ ଆର୍ଟ ଅଫ୍‌ ଗିଭିଂ ପାଳିତ ହୋଇଯାଇଛି। ଏହି ଅବସରରେ ଛୋଟ ଛୋଟ ପିଲାଙ୍କୁ ଖାଦ୍ୟ, ପୋଷାକ, ମଶାରୀ ଓ ମହିଳା ମାନଙ୍କୁ ଶାଢୀ, ଛତା ଓ ଜୋତା ଦିଆଯାଇଥିଲା।

kendrapadaଦେବଗଡ଼ ଜିଲ୍ଲା ଶିଶୁ ସ୍ୱଧାର ଗୃହରେବଡ ଧୁମ୍‌ଧାମ୍‌ରେ ପାଳନ କରାଯାଇଛି ଆର୍ଟ ଅଫ୍‌ ଗିଭିଂ ଦିବସ। ଜିଲ୍ଲାର ରିଆମାଳ, ତିଲେଇବଣି ବାରକଟ ବ୍ଲକ ଅ଼ଚଳରେ ମଧ୍ୟ ଏହି ଦିବସକୁ ପାଳନ କରାଯାଇଛି।

deogarhଢେଙ୍କାନାଳ ଜିଲ୍ଲାରେ ଆଦୃତ ଶିଶୁ ଗୃହରେ ଆର୍ଟ ଅଫ୍‌ ଗିଭିଂ ପାଳିତ ହୋଇଛି । ଏହି ଅବସରରେ ପିଲାଙ୍କୁ ଖାତା, ପେନ୍‌ ସହ ଖାଦ୍ୟ ବଣ୍ଟନ କରାଯାଇଛି ।

dhenkanalସୋନପୁର ଜିଲ୍ଲା କିଟ୍‌ ଓ କିସ୍‌ ଶାଖା ପକ୍ଷରୁ ଆର୍ଟ ଅଫ୍‌ ଗିଭିଙ୍ଗ ଡେ ପାଳିତ । କିଟ୍‌ ଓ କିସ୍‌ର ସଂଯୋଜକ ପ୍ରଭଞ୍ଜନ ପୂଝାରୀଙ୍କ ନେତୃତ୍ୱରେ ଜିଲ୍ଲାର ସୋନପୁର,ବିନିକା, ଡୁଙ୍ଗୁରିପାଲି, ବୀରମହାରାଜପୁର, ଉଲୁଣ୍ଡା ଓ ତରଭା ଆଦି ୧୭ଟି ସ୍ଥାନରେ ପିଲାଙ୍କୁ ପୁସ୍ତକ, କଲମ ଆଦି ପ୍ରଦାନ କରାଯାଇଥିଲା । ଚଳିତ ବର୍ଷର ଥିମ୍‌ ବ୍ୟାଗ ଅଫ୍‌ ହାପିନେସ୍‌ । ଅସହାୟ ଶିଶୁଙ୍କ ମୁହଁରେ ହସ ଫୁଟାଇବା ଏହି ଉତ୍ସବର ଲକ୍ଷ୍ୟ ।

ବୌଦ୍ଧ ବାପୁଜିନଗର ପ୍ରାଥମିକ ବିଦ୍ୟାଳୟ ପରିସରରେ ଆନ୍ତର୍ଜାତୀକ ଆର୍ଟ ଅଫ୍‌ ଗିଭିଂ ଦିବସ ପାଳତ ହୋଇଛି । ଏହି ଅବସରରେ ୧୦୦ ଜଣ ଛାତ୍ରଛାତ୍ରୀଙ୍କୁ ପାଠ୍ୟ ଉପକରଣ ବିସ୍କୁଟ କିସ୍‌ କୋର୍ଡିନେଟର ଲକ୍ଷ୍ମୀଧର ବେହେରା ବଣ୍ଟନ କରିଥିଲେ । କାର୍ଯ୍ୟକ୍ରମରେ ସ୍ୱେଚ୍ଛାସେବୀ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ଜିଲ୍ଲାର ପ୍ରାୟ ୮ଟି ସ୍ଥାନରେ ଏହି ଦିବସ ପାଳନ କରାଯାଇଛି ।

malkangiriମାଲକାନଗିରି ଜିଲ୍ଲାର ୧୬ଟି ସ୍ଥାନରେ ଆର୍ଟ ଅଫ ଗିଭିଂ ଡେ ପାଳିତ । ନୂଆଗୁଡ଼ା, ବ୍ଲକ କଲୋନୀ, ପାଣ୍ଡ୍ରିପାଣି, ପେଦାବାଡ଼, ବଣ୍ଡା ଘାଟି, କୁଡୁମୁଲୁଗୁମା, କୋରକୁଣ୍ଡା ଓ କାଲିମେଳା ଆଦି ସ୍ଥାନରେ ୧୫ଶହରୁ ଅଧିକ ପିଲାଙ୍କୁ ଶିକ୍ଷା ସାମଗ୍ରୀ ବଣ୍ଟାଯାଇଛି । ଜିଲ୍ଲାର ଅନେକ ବ୍ୟବସାୟୀ ଓ ଅନୁଷ୍ଠାନ ଏଥିପାଇଁ ସହାୟତାର ହାତ ବଢ଼ାଇଥିଲେ । ମାଲକାନଗିରି ଜିଲ୍ଲା କିସ୍‌ କୋଅର୍ଡିନେଟର ରମ୍ୟରଞ୍ଜନ ପରିଡ଼ା ଏହାକୁ ପରିଚାଳନା କରିଥିଲେ ।

paradeepପାରାଦୀପର ଭୂତାମୁଣ୍ଡାଇ ପଞ୍ଚାୟତରେ ପାଳିତ ହୋଇଛନ୍ତି ଆର୍ଟ ଅଫ ଗିଭିଂ ଡେ । ଏହି ଅବସରରେ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀଙ୍କୁ ବ୍ୟାଗ ଅଫ ହାପିନେସ ବଣ୍ଟନ କରାଯାଇଥିଲା । ଭୂତମୁଣ୍ଡାଇର ବର୍ତ୍ତମାନ ସରପଞ୍ଚ ଓ ପୂର୍ବତନ ସରପଞ୍ଚ କାର‌୍ୟ୍ୟକ୍ରମରେ ଉପସ୍ଥିତ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.