Below header

ଅଧ ସେଣ୍ଟିମିଟର ନିମ୍ବ କାଠରେ ଚତୁର୍ଦ୍ଧାମୂର୍ତ୍ତି, ଯାହାକୁ ଦେଖିବାକୁ ଦରକାର ପଡୁଛି ଜବ କାଚ

ଯାଜପୁର ଟାଉନ(କେନ୍ଯୁଜ୍): ଜଣେ କାରିଗର କେତେ ଶ୍ରମ ଦେଇ ର୍ନିଜୀବ ବସ୍ତୁକୁ ଦେଇଥାଏ ଜୀବନ । ଏଥିପାଇଁ ଟିକେ ସ୍ୱୀକୃତି ଓ ପ୍ରଶଂସା ମିଳିଲେ କାରିଗରକୁ ମିଳେ ଆତ୍ମତୃପ୍ତି । ବଡ ବଡ କାରୁକାର୍ଯ୍ଯ କରି କିଏ ଅନେକ ପ୍ରଶଂସା ସାଉଣ୍ଟି ଥାଏ ,କିନ୍ତୁ ଏପରି କାରିଗର ଅଛନ୍ତି ଯିଏ କ୍ଷୁଦ୍ର ରୁ କ୍ଷୁଦ୍ରତମ ମୂର୍ତି ତିଆରି କରି ଅନେକ ରେକର୍ଡ ର ଅଧିକାରୀ ହୋଇପାରିଛନ୍ତି । ଏମିତି ଜଣେ କାରିଗର ହେଉଛନ୍ତି ଯାଜପୁର ନାଥସାହି ପଂଚାୟତର ରାକେଶ ପାତ୍ର । ଯିଏ ଅଧ ସେଣ୍ଟି ମିଟର ନିମ କାଠ ରେ ଚତୁର୍ଦ୍ଧା ମୂର୍ତି ର୍ନିମାଣ କରିବା ସହିତ ସାଢେ ୩ ସେଣ୍ଟି ମିଟର ଉଚତା ର ମହମ ରେ ବୁଦ୍ଧ ମୂର୍ତି ତିଆରି କରି ଏବେ ଚର୍ଚ୍ଚାକୁ ଆସିଛନ୍ତି ।

କ୍ଷୁଦ୍ର ରୁ କ୍ଷୁଦ୍ରତମ ମୂର୍ତି ର୍ନିମାଣ କରି ଅନେକ ରେକର୍ଡର ଅଧିକାରୀ ହୋଇପାରିଛନ୍ତି ରାକେଶ । ନିକଟରେ ସାଢେ ୩ ସେଣ୍ଟି ମିଟର ଉଚତାର ମହମରେ ପ୍ରସ୍ତୁତ ବୁଦ୍ଧ ମୂର୍ତି ତିଆରି କରି ଏକ୍ସକ୍ଲୁସିଭ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଛନ୍ତି । ଏଥି ସହିତ ଇଣ୍ଟରନେସନାଲ ବୁକ ଅଫ ରେକର୍ଡ୍ସ ରେ ସ୍ଥାନ ପାଇବା ପାଇଁ ଯୋଗ୍ଯ ବିବେଚିତ ହୋଇଛନ୍ତି । ଖାଲି ସେତିକି ନୁହେଁ ଅଧ ସେଣ୍ଟି ମିଟର ନିମ କାଠରେ ର୍ନିମାଣ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଯାହାକୁ ଦେଖିବା ପାଇଁ ଜବ କାଚ ର ଆବଶ୍ଯକତା ପଡୁଛି । ମୂର୍ତି ଗୁଡିକ ଏତେ ନିଖୁଣ ଏବଂ କମନୀୟ ହୋଇପାଇଛି ତାକୁ ନିଜ ଆଖିରେ ଦେଖୁଥିବା ଦର୍ଶକ ହିଁ ଅନୁଭବ କରିପାରିବ । ଏହି ସୁକ୍ଷ୍ମ କାରୁକାର୍ଯ୍ଯ ଲାଗି ନିମ କାଠ , ବ୍ଲେଡ , ବାଲି କାଗଜ , ଅଠା ଓ ରଙ୍ଗ ସହ ଭଙ୍ଗା ମେବାଇଲ କାଚ ଆଦି ବ୍ଯବହାର ହୋଇଛି ।

rakesh

କେବଳ ଏତିକିରେ ସୀମିତ ନୁହେଁ ରାକେଶଙ୍କ କାରିଗରୀ । ଛୋଟ ଶିବ ଲିଙ୍ଗ , ଶିଡି ଆଦି ର୍ନିମାଣ କରିଛନ୍ତି । କେବଳ କାଠ ରେ ନୁହେଁ ମାଟିରେ ଛୋଟ ଛୋଟ ବିଭିନ୍ନ ଠାକୁର ଙ୍କ ମୂର୍ତି ର୍ନିମାଣ କରିବା ସହିତ ବାଲୁକା କଳାରେ ମଧ୍ୟ ସିଦ୍ଧ ହସ୍ତ । ମୂର୍ତି ର୍ନିମାଣ ,ବାଲୁକା କାରୁକାର୍ଯ୍ଯ କରିବା ସହିତ ଚିତ୍ର ଆଙ୍କିବା ରେ ବିଶେଷ ରୁଚି ରଖିଛନ୍ତି ରାକେଶ । ଏବେ ସେ ଆର୍ଟ କଲେଜ ରେ ପାଠ ପଢିବା ସହିତ ଚିତ୍ର ଆଙ୍କି ନିଜର ପଢା ଖର୍ଚ ଉଠାଇଥାନ୍ତି । ପରିବାର ର ଆର୍ଥିକ ବୋଝ ଥାଇବି ନିଜର ସ୍ବତନ୍ତ୍ର କଳାକୁ ବଞ୍ଚାଇ ରଖିଛନ୍ତି । ରାକେଶ ଙ୍କ ଏଭଳି ସଫଳତା ନେଇ ସଭିଏଁ ଖୁସି ବ୍ଯକ୍ତ କରିଥିବା ବେଳେ ସରକାରଙ୍କ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ରାକେଶ ଙ୍କ ମା ଦାବି କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.