ନଷ୍ଟ ହୋଇଗଲାଣି ପୁରୀ ସହରକୁ ସୁନ୍ଦର କରିବାକୁ କାନ୍ଥରେ ହୋଇଥିବା କଳାକୃତି, ଯେଉଁଠି ରଥଯାତ୍ରାର ସମ୍ପୂର୍ଣ୍ଣ କାହାଣୀକୁ ଦିଆଯାଇଥିଲା ଜୀବନ୍ତ ରୂପ

ପୁରୀ: ପୁରୀ ସହରର କାନ୍ଥ ବାଡରେ ଅଙ୍କାଯାଇଥିବା ୱାଲ ପେଣ୍ଟିଂ ନଷ୍ଟ ହୋଇଗଲାଣି । ନବକଳେବର ପରେ ପୁରୀକୁ ସୁନ୍ଦର ଭାବେ ଗଢି ତୋଳିବା ପାଇଁ ଆରମ୍ଭ ହୋଇଥିବା ପ୍ରଚେଷ୍ଟାରେ ପୌରପାଳିକାର ଭିଆଇପି ରୋଡ, ସର୍କିଟ ହାଉସ, ଜିଲ୍ଲା ଟ୍ରେଜେରୀ ଅଫିସ କାନ୍ଥରେ କଳାକୃତି ଅଙ୍କନ କରାଯାଇଥିଲା।

୨୦୧୭ ମସିହାରେ ତତ୍କାଳୀନ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲଙ୍କ ସମୟରେ ଟେଣ୍ଡର ପ୍ରକ୍ରିୟା ମାଧ୍ୟମରେ ପୁରୀର ଓଡ଼ିଶା କଲେଜ ଅଫ୍‌ ଆର୍ଟ ଆଣ୍ଡ କ୍ରାଫ୍‌ଟର ୮ଜଣ ଛାତ୍ର ଓ ୩ ଜଣ ଷ୍ଟାଫ ପାଚେରୀରେ ପେଣ୍ଟିଂ କରି ଏହାକୁ ଜୀବନ୍ତ ରୂପ ଦେଇଥିଲେ । ଚିତ୍ରରେ ରଥଯାତ୍ରାର ସମ୍ପୂର୍ଣ୍ଣ କାହାଣୀ ରହିଥିଲା ।

କିନ୍ତୁ ଏହାର କୌଣସି ସ୍ଥାୟୀ ବ୍ୟବସ୍ଥା ହୋଇନଥିବାରୁ ଏହା ଭାଙ୍ଗିରୁଜି ସମ୍ପୂର୍ଣ୍ଣ ନଷ୍ଟ ହୋଇଗଲାଣି । ଏବେ ପୁଣିଥରେ ପୌରକଲ୍ୟାଣ ମଣ୍ଡପ କୋଭିଡ କ୍ୱାରେଣ୍ଟିନ ସେଣ୍ଟର କାନ୍ଥରେ କଳାକୃତି କରାଯାଇଛି । ତେବେ ଏହି କଳାକୃତିର ଦୀର୍ଘ ସ୍ଥାୟୀ ବ୍ୟବସ୍ଥା ସହ ଏହାର ରକ୍ଷଣବେକ୍ଷଣା ପାଇଁ ଦାବି କରିଛନ୍ତି ଶିଳ୍ପୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.