Below header

ରାଉରକେଲାରେ ଚିନ୍ତା ବଢାଇଲେ ସୁପର ସ୍ପ୍ରେଡର, ସେକ୍ଟର-୧୬କୁ ଅନିର୍ଦ୍ଦିଷ୍ଟ କାଳ ଯାଏ କଣ୍ଟେନମେଣ୍ଟ ଜୋନ୍ ଘୋଷଣା

ରାଉରକେଲା: ରାଉରକେଲା ସେକ୍ଟର-୧୬ରୁ ସୁପର ସ୍ପ୍ରେଡର ବାହାରିବା ପରେ ପ୍ରଶାସନର ଚିନ୍ତା ବଢ଼ିଛି । ସୁପର ସ୍ପ୍ରେଡରଙ୍କ ସଂସ୍ପର୍ଶରେ ଆସି ୧୧୦ ଜଣ ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ଏହାକୁ ଦୃଷ୍ଟିରେ ରଖି ସମ୍ପୃକ୍ତ ଅଞ୍ଚଳକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି ।

ଘର ଘର ବୁଲି ସ୍ୱାସ୍ଥ୍ୟ ପରୀକ୍ଷା କରୁଛନ୍ତି ସ୍ୱାସ୍ଥ୍ୟକର୍ମୀ । ଏହି ଅଞ୍ଚଳ ବ୍ୟତୀତ ଅନ୍ୟ ଅଞ୍ଚଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଲକ୍ଷ୍ୟ କରି ସପ୍ତାହରେ ଦୁଇ ଦିନ ସଟଡାଉନ ଘୋଷଣା କରିଛି ଜିଲ୍ଲା ପ୍ରଶାସନ । ରାଉରକେଲା ମହାନଗର ନିଗମ ଅଞ୍ଚଳ, ରାଉରକେଲା ଶିଳ୍ପ ସହରାଞ୍ଚଳ ସମେତ କଲୁଙ୍ଗା ଇଣ୍ଡଷ୍ଟ୍ରିଆଲ ଅଞ୍ଚଳ ସଟଡାଉନ ରହିବ ।

ଅପରପକ୍ଷେ ଆରଏମସି ପକ୍ଷରୁ ସେକ୍ଟର-୧୬, ବାସନ୍ତୀ କଲୋନୀର କେତେକ ଅଞ୍ଚଳ ସମେତ ସେକ୍ଟର-୫, ଗୋଲଘର ୪ ନମ୍ବର ବାରାକକୁ ସମ୍ପୂର୍ଣ୍ଣ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ସଟଡାଉନ ଘୋଷଣା ପରେ ସହରର କେତେକ ଅଞ୍ଚଳରେ ସାନିଟାଇଜ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.