Below header

କରଞ୍ଜିଆରେ ଝାରଖଣ୍ଡ ହାତୀପଲଙ୍କ ତାଣ୍ଡବ ଲୀଳା

କରଞ୍ଜିଆ(କେନ୍ଯୁଜ୍): କରଞ୍ଜିଆ ବନଖଣ୍ଡର କୁଜିଆମ ଜଙ୍ଗଲକୁ ଦୁଇ ଦିନ ତଳେ ରାତିରେ ସୀମାନ୍ତ ଝାରଖଣ୍ଡ ରାଜ୍ଯରୁ ଓଡିଶା ସୀମାରେ ପ୍ରବେଶ କରିଥିଲେ ୧୭ଟି ହାତୀ। ହାତୀପଲ ବର୍ଷର ବିଭିନ୍ନ ସମୟରେ ଆସୁଥିବା ବେଳେ ଏବେ ଦୀର୍ଘ ୬ମାସ ପରେ ଆସିଛନ୍ତି। ଶୁକ୍ଳି ବ୍ଲକ ଅନ୍ତର୍ଗତ କୁଜିଆମ ଜଙ୍ଗଲରେ ହାତୀପଲ ଦୁଇ ଦିନ ତଳେ ରହିଥିଲେ। ଏଥିରେ ପୁରୁଷ ହାତୀ ୪ଟି ଥିବା ବେଳେ ମାଈ ହାତୀ ୮ଟି ଏବଂ ଛୁଆ ହାତୀ ୫ଟି ଥିବା କରଞ୍ଜିଆ ରେଞ୍ଜ ଅଫିସର ସୂଚନା ଦେଇଛନ୍ତି।

ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତିରେ ଶୁକ୍ଳି ବ୍ଲର ଅସ୍କିପାଳ ଗାଁରେ ଦୁଇ ଜଣଙ୍କ ଘର ଭାଙ୍ଗି ଦେଇଥିବା ବେଳେ ଧାନ, ଚାଉଳ ଖାଇ ଦେଇଛନ୍ତି। ଏଥିସହ ରରୁଆ ବ୍ଲକରେ ଜଣଙ୍କ ଘର ଭାଙ୍ଗିବା ସହ ରରୁଆ ବଜାରରେ ଥିବା ସରକାରୀ ବିଦ୍ଯାଳୟରେ ଅନେକ କ୍ଷୟକ୍ଷତି କରିଥିବାର ଦେଖିବାକୁ ମିଳିଛି। ବନ ବିଭାଗ କହିବାନୁଯାୟୀ, ଏବେ ହାତୀପଲଙ୍କୁ ଝାରଖଣ୍ଡ ଘଉଡେଇ ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.