Below header

ବଢିଛି ସୁନା ମୂଲ୍ୟ , ଜାଣନ୍ତୁ ୧୦ ଗ୍ରାମ ପ୍ରତି କେତେ ରହିଛି ଦର

ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ଭାରତୀୟ ବଜାରରେ ସୁନା ଦରରେ ଏକ ବଡ଼ ଧରଣର ବୃଦ୍ଧି ଘଟିଥିବା ପରିଲକ୍ଷିତ ହୋଇଛି । ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପ୍ରତି ୫୯୦ ଟଙ୍କା ବଢି ୪୮,୪୧୦ ଟଙ୍କାରୁ ୪୯,୦୦୦ ଟଙ୍କାରେ ପହଁଚିଥିବା ବେଳେ ୨୨ କ୍ୟାରେଟ ସୁନା ଦର ବି ସମାନ ଭାବେ ୫୯୦ ଟଙ୍କା ବୃଦ୍ଧି ପାଇ ୪୭,୪୧୦ ଟଙ୍କାରୁ ୪୮,୦୦୦ ଟଙ୍କାରେ ପହଂଚିଛି । ଠିକ ସେହିପରି ଓଡିଶା ରାଜଧାନୀ ଭୁବନେଶ୍ୱରରେ ଏହି ମୂଲ୍ୟବାନ ଧାତୁ ମୂଲ୍ୟ ୨୪ କ୍ୟାରେଟ ସୁନା ଦର ୨୭୦ ଟଙ୍କା କମି ୫୧,୪୭୦ ଟଙ୍କାରୁ ୫୧,୨୦୦ ଟଙ୍କାରେ ପହଁଚିଥିବା ବେଳେ ୨୨ କ୍ୟାରେଟ ଦର ବି ୨୭୦ ଟଙ୍କା ହ୍ରାସ ପାଇ ୪୭,୧୯୦ ଟଙ୍କାରୁ ୪୬,୯୨୦ ଟଙ୍କାରେ ସ୍ଥିର ରହିଥିବା ରେକର୍ଡ ହୋଇଛି । ଅନ୍ୟପକ୍ଷରେ ଦେଶର ପ୍ରମୁଖ ସହର ମାନଙ୍କରେ ବି ସୁନା ମୂଲ୍ୟରେ ସାମାନ୍ୟ ପରିବର୍ତ୍ତନ ହୋଇଥିବା ଲକ୍ଷ କରାଯାଇଛି । ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ୨୪ କ୍ୟାରେଟ ଓ ୨୨ କ୍ୟାରେଟ ସୁନା ମୂଲ୍ୟ ଯଥାକ୍ରମେ ୪୯,୦୦୦ ଟଙ୍କା ଓ ୪୮,୦୦୦ ଟଙ୍କାରେ ସ୍ଥିର ରହିଥିବା ବେଳେ ରାଜଧାନୀ ଦିଲ୍ଲୀରେ ଏହି ଦର ୪୮,୯୦୦ ଟଙ୍କା ଓ ୪୭,୭୦୦ ଟଙ୍କା ଥିବା ରେକର୍ଡ ହୋଇଛି ।

ସେପଟେ ଦକ୍ଷିଣ ଭାରତର ଅନ୍ୟତମ ପ୍ରମୁଖ ସହର ଚେନ୍ନାଇରେ ୨୪ କ୍ୟାରେଟ ଓ ୨୨ କ୍ୟାରେଟ ସୁନା ମୂଲ୍ୟ ଯଥାକ୍ରମେ ୫୧,୨୦୦ ଟଙ୍କା ଓ ୪୬,୯୨୦ ଟଙ୍କାରେ ସ୍ଥିର ରହିଥିବା ବେଳେ ପୂର୍ବ ଭାରତ ସହର କୋଲକାତାରେ ଏହି ମୂଲ୍ୟ ୪୯,୬୬୦ ଟଙ୍କା ଓ ୪୮,୦୮୦ ଟଙ୍କା ଥିବା ରେକର୍ଡ ହୋଇଛି ।ବ୍ଲୁମ ବର୍ଗ ରିପୋର୍ଟ ଅନୁଯାୟୀ, ଅନ୍ତରାଷ୍ଟ୍ରୀୟ ବଜାରରେ ସୁନା ମୂଲ୍ୟ ଅପେକ୍ଷାକୃତ ସ୍ଥିର ରହିଥିବା ଜଣାଯାଇଛି । ସୁନାର ହାଜିରା ମୂଲ୍ୟ ୧.୫ ପ୍ରତିଶତ ପରିବର୍ତ୍ତନ ଘଟି ୧୮୦୧.୬୯ ଡ଼ଲାରରେ ଟ୍ରେଣ୍ଡ କରୁଥିବା ଜଣାଯାଇଛି । ସେପଟେ ରୁପା ଦର ବି କିଲୋଗ୍ରାମ ପ୍ରତି ୫୦ ଟଙ୍କା ବୃଦ୍ଧି ପାଇ ୫୧,୯୧୦ ଟଙ୍କାରୁ ୫୧,୯୬୦ ଟଙ୍କାରେ ପହଁଚିଥିବା ରେକର୍ଡ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.