ଚାନ୍ଦବାଲି: ଫ୍ଯାସନ ଗାରମେଣ୍ଟ ସୋରୁମରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର କପଡା ନଷ୍ଟ

ଚାନ୍ଦବାଲି(କେନ୍ଯୁଜ୍): ଭଦ୍ରକ-ଚାନ୍ଦବାଲି ରାଜ୍ଯ ରାଜପଥର ମତୋ ଅଲଇଣ୍ଡିଆ ଛକରେ ଥିବା ଭାଗ୍ଯଲକ୍ଷ୍ମୀ ଫ୍ଯାସନ ଗାରମେଣ୍ଟ ସୋରୁମ୍ ରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର କପଡା ନଷ୍ଟ। ସୂଚନା ମୁତାବକ ବିଦ୍ଯୁତ୍ ସର୍ଟସର୍କିଟ ଯୋଗୁ ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି। ଏନେଇ ଘଟଣାସ୍ଥଳରେ ନିଆଁ ଲିଭା କାର୍ଯ୍ଯରେ ନିୟୋଜିତ ଅଛନ୍ତି ଚାନ୍ଦବାଲିର ୨ଟି ଦମକଳ ବାହିନୀ। ଅଗ୍ନିକାଣ୍ଡ ଏତେ ଭୟାବହ ଥିଲା ଯେ ନିଆଁକୁ ଆୟତ କରିବା ପାଇଁ ୨ଘଣ୍ଟାରୁ ଉର୍ଦ୍ଧ ସମୟ ଲାଗିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.