Below header

ମନ୍ତ୍ରୀ ହେବା ପରେ କୃଷି ଓ ମତ୍ସ୍ୟ ବିଭାଗର ପ୍ରଥମ ସମୀକ୍ଷା କରିଛନ୍ତି ଅରୁଣ ସାହୁ

କେନ୍ୟୁଜ୍ : ମନ୍ତ୍ରୀ ହେବା ପରେ କୃଷି ଓ ମତ୍ସ୍ୟ ବିଭାଗର ପ୍ରଥମ ସମୀକ୍ଷା କରିଛନ୍ତି ଅରୁଣ ସାହୁ । ମତ୍ସ୍ୟ ବିଭାଗର ସବୁ ଜିଲ୍ଲାର ବିଭାଗୀୟ ମୁଖ୍ୟଙ୍କ ସହ OCAC ସେଣ୍ଟେରରେ ଭିଡିଓ କନଫରେନ୍ସ ମାଧ୍ୟମରେ ୨୦୧୮-୧୯ ଆର୍ଥିକ ବର୍ଷର ସମୀକ୍ଷା କରିଛନ୍ତି । ବାତ୍ୟା ଫନି ପରେ ମତ୍ସ୍ୟ ଚାଷୀଙ୍କ କ୍ଷୟକ୍ଷତି ନେଇ ସମୀକ୍ଷା କରିବା ସହ କ୍ଷତି ପୂରଣ ବାବଦରେ ଥିବା ବକେୟା ରାଶି ପ୍ରଦାନ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି । ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ କଣ ପଦକ୍ଷେପ ନିଆଯିବ ସେ ନେଇ ସମୀକ୍ଷା ହୋଇଛି । ସେହିପରି କୃଷି ଭବନରେ କୃଷି ବିଭାଗର ସମୀକ୍ଷା ବୈଠକ ହୋଇଛି । ଏଥିରେ ବାତ୍ୟା ପ୍ରପୀଡିତ ଅଞ୍ଚଳର କ୍ଷୟକ୍ଷତି ନେଇ ଆଲୋଚନା ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.