ଆଜିଠୁ ଅଣସର ବେଦୀରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଗୁପ୍ତ ନୀତି, ଅସୁସ୍ଥତାର ଉପଚାର କରିବେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରକ୍ଷକ ଦଇତାପତି ସେବାୟତ

ଭୁବନେଶ୍ବର(କେନ୍ୟୁଜ୍): ଅଣସର ଘରେ ଶ୍ରୀଜିଉ । ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ଅସୁସ୍ଥ ହୋଇଛନ୍ତି ମହାପ୍ରଭୁ । ଭୀଷଣ ଜ୍ୱରରେ ପୀଡ଼ିତ ହୋଇଛନ୍ତି । ଏଥିପାଇଁ ଆଜିଠୁ ଅଣସର ବେଦୀରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଗୁପ୍ତ ନୀତି ଚାଲିବ । ଅସୁସ୍ଥତାର ଉପଚାର କରିବେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରକ୍ଷକ ଦଇତାପତି ସେବାୟତ । ୧୫ ଦିନ ଧରି ମହାପ୍ରଭୁଙ୍କ ନିକଟରେ ପାରମ୍ପାରିକ ପୂଜାର୍ଚ୍ଚନା, ଦର୍ଶନ ବନ୍ଦ ରହିବ । ଗୁପ୍ତ ସେବା ବା ଉପଚାର ଚାଲୁଥିବାରୁ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବା ସହ ପଟିଦିଅଁ ପୂଜା ପାଇବେ । ରୂପକାର ସେବାୟତମାନେ ପ୍ରସ୍ତୁତ କରିଥିବା ଏହି ପଟିଦିଅଁଙ୍କୁ ମହାପ୍ରଭୁଙ୍କ ପ୍ରତିନିଧିମାନେ ପୂଜାର୍ଚ୍ଚନା କରିବା ପରେ ଦର୍ଶନ ଜାରି ରହିବ । ଶ୍ରୀଜିଉ ଅଣସର ଘରେ ରହୁଥିବାରୁ ଶ୍ରୀମନ୍ଦିରରେ ପୂଜା ପାଇବେ ପଟି ଦିଅଁ । ଗତକାଲି ସ୍ନାନ ପୂର୍ଣ୍ଣିମାରେ ଅନୁଷ୍ଠିତ ହୋଇଥିଲା ମହାପ୍ରଭୁଙ୍କ ସ୍ନାନଯାତ୍ରା । ସ୍ନାନବେଦୀରେ ବିରାଜମାନ ଶ୍ରୀଜିଉ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିଥିଲେ । ଏଥିପାଇଁ ଲୋକାରଣ୍ୟ ହୋଇଥିଲା ଶ୍ରୀକ୍ଷେତ୍ର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.