Below header

ଆଉ ୪ରୁ ୫ ଦିନ ଭିତରେ ରାଜ୍ୟରେ ପ୍ରବେଶ କରିବ ମୌସୁମୀ

ଭୁବନେଶ୍ବର(କେନ୍ୟୁଜ୍) : ଆଉ ୪ରୁ ୫ ଦିନ ଭିତରେ ରାଜ୍ୟରେ ପ୍ରବେଶ କରିବ ମୌସୁମୀ । ଦକ୍ଷିଣ ଓଡ଼ିଶାରେ ପ୍ରଥମେ ମୌସୁମୀ ଛୁଇଁବ । ଏହାର ପ୍ରଭାବରେ ଆସନ୍ତା ୨ରୁ ୩ ଦିନ ଦକ୍ଷିଣ ଓଡ଼ିଶାରେ ବର୍ଷା ହେବ । ଏହା ସ୍ପଷ୍ଟ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ରାଜ୍ୟରେ ମୌସୁମୀ ପ୍ରବେଶ ପାଇଁ ପାଗ ଅନୁକୂଳ ରହିଛି । ଏଭିତରେ କିଛି ସ୍ଥାନରେ ପ୍ରାକ୍‌ ମୌସୁମୀ ବର୍ଷା ମଧ୍ୟ ଆରମ୍ଭ ହୋଇଯାଇଛି । ଫଳରେ ଅସହ୍ୟ ଗରମ ଓ ଗୁଳୁଗୁଳିରୁ ରାଜ୍ୟବାସୀଙ୍କ କିଛିଟା ଆଶ୍ୱସ୍ତି ମିଳିଛି । କଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଏଭଳି ବର୍ଷା ଲାଗି ରହିବ । କିଛି ସ୍ଥାନରେ କାଳ ବୈଶାଖି ବର୍ଷାର ମଧ୍ୟ ସମ୍ଭାବନା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.