Below header

ରାଜ୍ୟସଭା ଉପନିର୍ବାଚନ ପାଇଁ ଆଜି ପ୍ରକାଶ ପାଇଲା ବିଧିବଦ୍ଧ ବିଜ୍ଞପ୍ତି

କେନ୍ୟୁଜ୍ : ରାଜ୍ୟସଭା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଧିବଦ୍ଧ ବିଜ୍ଞପ୍ତି । ଏହାପରେ ଆରମ୍ଭ ହେବ ନାମାଙ୍କନ ଦାଖଲ ପ୍ରକ୍ରିୟା । ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ରହିଛି ୨୫ ଜୁନ । ୨୮ ତାରିଖ ରହିଛି ପ୍ରାର୍ଥିପତ୍ର ପ୍ରତ୍ୟାହାର ଶେଷ ତାରିଖ । ଜୁଲାଇ ୫ ତାରିଖ ଦିନ ୯ଟାରୁ ୪ଟା ଯାଏ ମତାଦାନ ହେବ । ସଂଧ୍ୟା ୫ଟା ପରେ ଭୋଟ ଗଣତି ଓ ଫଳାଫଳ ଘୋଷଣା ହେବ । ଓଡ଼ିଶାର ୩ଟି ଏହଂ ବିହାର ଓ ଗୁଜରାଟର ୬ଟି ଆସନ ପାଇଁ ମତଦାନ ହେବ । ଓଡ଼ିଶାର ୩ଟି ରାଜ୍ୟସଭା ସଦସ୍ୟ ପଦରୁ ଡକ୍ଟର ଅଚ୍ୟୁତ ସାମନ୍ତ, ସୌମ୍ୟ ରଞ୍ଜନ ପଟ୍ଟନାୟକ ଓ ପ୍ରତାପ ଦେବଙ୍କ ଇସ୍ତଫା ପରେ ଖାଲି ପଡିଥିବା ସ୍ଥାନରେ ଉପନିର୍ବାଚନ ଅନୁଷ୍ଠିତ ହେବ । ଡ. ଅଚ୍ୟୁତ ସାମନ୍ତ କନ୍ଧମାଳରୁ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି । ପ୍ରତାପ ଦେବ ଆଳିରୁ ଓ ସୌମ୍ୟ ରଂଜନ ପଟ୍ଟନାୟକ ଖଣ୍ଡପଡ଼ାରୁ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ଏହାପରେ ଏହି ତିନି ଜଣ ରାଜ୍ୟସଭାରୁ ଇସ୍ତଫା ଦେଇଥିଲେ । ଫଳରେ ଖାଲି ପଡିଥିଲା ତିନିଟି ଆସନ । ସଂଖ୍ୟା ଦୃଷ୍ଟିରୁ ବିଜେଡିର ତିନି ଜଣ ପ୍ରାର୍ଥୀ ରାଜ୍ୟସଭାକୁ ନିର୍ବାଚିତ ହେବା ନିଶ୍ଚିତ । ରେସରେ ଅନେକ ହେଭିେଓ୍ଵଟ ଅଛନ୍ତି । ତେବେ କାହାକୁ ରାଜ୍ୟସଭାକୁ ମନୋନୀତ କରିବେ, ଚୂଡ଼ାନ୍ତ ନିଷ୍ପତ୍ତି ନେବେ ସୁପ୍ରିମୋ ନବୀନ ପଟ୍ଟନାୟକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.