ବିଶ୍ୱକପରେ ୱେଷ୍ଟଇଣ୍ଡିଜକୁ ପ୍ରଥମ ଥର ହରାଇ ଇତିହାସ ରଚିଲା ବାଂଲାଦେଶ

ୱେଷ୍ଟଇଣ୍ଡିଜକୁ ୭ ୱିକେଟରେ ହରାଇଲା ବାଂଲାଦେଶ। ୩୨୨ ରନର ବିଶାଳ ବିଜୟ ଲକ୍ଷକୁ ପିଛା କରି ମାତ୍ର ୩ ୱିକେଟ୍ ହରାଇ ବିଜୟ ମୁକୁଟ ପିନ୍ଧିଲା ବାଂଲାଦେଶ। ବାଂଲାଦେଶ ପକ୍ଷରୁ ସର୍ବାଧିକ ରନ୍ କରିଛନ୍ତି ସାକିବ ଉଲ ହସନ । ସେ ୯୯ ବଲରେ କରିଛନ୍ତି ୧୨୪ ରନ୍ ।

ଟନଟ୍ରନର କୁପର ଆସୋସିଏଟ୍ସ କାଉଣ୍ଟି ଗ୍ରାଉଣ୍ଡଠାରେ ଚାଲିଥିବା ମ୍ୟାଚରେ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ବାଂଲାଦେଶ । ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୩୨୧ ରନ୍ ସଂଗ୍ରହ କରିଥିଲା ୱେଷ୍ଟଇଣ୍ଡିଜ୍ । ଇଣ୍ଡିଜ ଦଳ ଆରମ୍ଭରୁ ହିଁ ଅଭିଜ୍ଞ ବିସ୍ଫୋରକ ବ୍ୟାଟ୍ସମ୍ୟାନ କ୍ରିସ ଗେଲଙ୍କ ଓ୍ଵିକେଟ ହରାଇଥିଲା । ଗେଲ ଖାତା ଖୋଲିବା ପୂର୍ବରୁ ସଇଫୁଦ୍ଦିନଙ୍କ ବଲରେ ରହିମଙ୍କ ଦ୍ୱାରା କ୍ୟାଚ ଆଉଟ ହୋଇଥିଲେ । ଏହା ପରେ ଇଭିନ ଲୁଇସ ଓ ସାଇ ହୋପ ଭଲ ବ୍ୟାଟିଂ କରିଥିଲେ । ଲୁଇସ ୭୦ ରନ କରିଥିବା ବେଳେ ହୋପେ ୯୬ ରନ କରିଥିଲେ ।

ୱେଷ୍ଟଇଣ୍ଡିଜ ଦ୍ୱାରା ଦିଆଯାଇଥିବା ୩୨୨ ରନର ବିଜୟ ଲକ୍ଷକୁ ଚେଜ କରିବାକୁ ଯାଇ ବାଲାଂଦେଶ ୪୧.୩ ଓଭରରେ ଧାର୍ଯ୍ୟ ଲକ୍ଷ ହାସଲ କରିନେଇଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.