Below header

ସ୍ନାନ ବେଦୀରେ ଅତ୍ୟଧିକ ସ୍ନାନ ପରେ ଜ୍ୱରରେ କମ୍ପୁଛନ୍ତି ମହାପ୍ରଭୁ, ଆଜିଠୁ ୧୪ ଦିନ ଧରି ଅଲାରନାଥ ରୂପରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ କାଳିଆ ଠାକୁର

 ବ୍ରହ୍ମଗିରି: ସ୍ନାନ ବେଦୀରେ ଅତ୍ୟଧିକ ସ୍ନାନ ପରେ ଜ୍ୱରରେ କମ୍ପୁଛନ୍ତି ମହାପ୍ରଭୁ । ଆସନ୍ତା ଅମାବାସ୍ୟା ପର୍ଯ୍ୟନ୍ତ ଅଣସର ଘରେ ରହିବେ ଚତୁଦ୍ଧାମୂର୍ତ୍ତି । ଏହି ସମୟରେ ଶ୍ରୀମନ୍ଦିରରେ ପୂଜା ପାଇବେ ପଟିଦିଅଁ । ତେବେ ଏହି ସମୟରେ ବ୍ରହ୍ମଗିରି ସ୍ଥିତ ମହାପ୍ରଭୁ ଅଲାରନାଥଙ୍କ ଦର୍ଶନ କଲେ କୋଟି ପୂଣ୍ୟ ମିଳେ । ଆଜିଠୁ ୧୪ ଦିନ ଧରି ଅଲାରନାଥ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଥାନ୍ତି । ପୀଠରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି । ବାତ୍ୟା ଫନିରେ କ୍ଷତିଗ୍ରସ୍ତ ହୋଇଥିବା ଆନନ୍ଦ ବଜାର, ପାଟଅଗଣା ଓ ଲକ୍ଷ୍ମୀଙ୍କ ଜଗମୋହନକୁ ମରାମତି କରାଯାଇଛି । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାରିକେଟ ବ୍ୟବସ୍ଥା ଓ ପାନୀୟ ଜଳ ସମେତ ବ୍ୟାପକ ବ୍ୟବସ୍ଥା କରାଯାଇଛି । ମନ୍ଦିରର ନୀତିକାନ୍ତି ନିର୍ଦ୍ଧାରଣ କରାଯାଇଛି । ଅଣସର ଦର୍ଶନ ପାଇଁ ଭୋର ୪ଟାରୁ ଦ୍ୱାର ଫିଟା, ମଙ୍ଗଳ ଆଳତୀ, ତଡପଲାଗି ପରେ ସାହାଣମେଲା ଦର୍ଶନ ଏବଂ ଧୂପ ପରେ ପହୁଡି ପଡିଥାଏ । ସେବାୟତ ନିଯୋଗ ପକ୍ଷରୁ ପ୍ରସ୍ତୁତ ପ୍ରସାଦ ଆନନ୍ଦ ବଜାରରେ ମିଳିବ । ଏଥିପାଇଁ ସେବାୟତ ନିଯୋଗ ଓ ମନ୍ଦିର ଟ୍ରଷ୍ଟ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭଡକୁ ନଜରରେ ରଖି ୧୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.