Below header

ଆଶାଦିଦିଙ୍କ କାଠ ଫାଳିଆ ମାଡ଼ରେ ବିଧବା ମହିଳାଙ୍କ ଫାଟିଲା ମୁଣ୍ଡ

ପରକୀୟା ପ୍ରତି ସନ୍ଦେହରେ ଆକ୍ରମଣ, ଆକ୍ରମଣ କରିଛନ୍ତି ଜଣେ ଆଶାଦିଦି l ଘଟଣାଟି ଘଟିଛି ଗଜପତି ଜ଼ିଲ୍ଲା ମୋହନା ଖ୍ରୀଷ୍ଟିଆନ ସାହିରେ l

ମୋହନା : ପରକୀୟା ପ୍ରତି ସନ୍ଦେହରେ ଆକ୍ରମଣ, ଆକ୍ରମଣ କରିଛନ୍ତି ଜଣେ ଆଶାଦିଦି l ଘଟଣାଟି ଘଟିଛି ଗଜପତି ଜ଼ିଲ୍ଲା ମୋହନା ଖ୍ରୀଷ୍ଟିଆନ ସାହିରେ l ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଖ୍ରୀଷ୍ଟିଆନ ସାହିର ଆଶାଦିଦି ରେଣୁ ଲିମା ମଙ୍ଗଳବାର ପଡୋଶୀ ପ୍ରେମଲତା ଲିମାଙ୍କ ସହ ବଚସା କରିବା ସହ ଏକ କାଠ ଫାଳିଆରେ ତାଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲେ l

ରେଣୁ ଲିମା ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆଶାକର୍ମୀ ଭାବେ କାର୍ଯ୍ୟ କରୁଥିବା ବେଳେ ତାଙ୍କ ସ୍ୱାମୀ ଅର୍ଜୁନ ଲିମା ମଧ୍ୟ ସ୍ୱାସ୍ଥ୍ୟକେନ୍ଦ୍ର ସୁରକ୍ଷା କର୍ମୀ ଭାବେ କାର୍ଯ୍ୟ କରନ୍ତି l ତେଵେ ସ୍ୱାମୀ ଅର୍ଜୁନଙ୍କ ସହ ପ୍ରେମଲତାଙ୍କ ସମ୍ପର୍କ ଥିବା ସନ୍ଦେହ କରି ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ବହୁବାର ଝଗଡା ହେଉଥିଲା l

ସୋମବାର ଉତକ୍ଷିପ୍ତ ହୋଇ ଆଶାଦିଦି ରେଣୁ ଏକ କାଠ ଫାଳିଆରେ ପ୍ରେମଲତାଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲେ I ଏନେଇ ଅଭିଯୋଗ ପରେ ପୋଲିସ ଆଶାଦିଦିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି l ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଆର. ଉଦୟଗିରି ସବ୍ ଜେଲକୁ ପଠାଇଦିଆଯାଇଛି l ଅର୍ଜୁନ ଏବଂ ପ୍ରେମଲତା ସମ୍ପର୍କରେ ଖୁଡି ପୁତୁରା ହୋଇଥିବା ଜଣାପଡିଛି l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.