ବାଲେଶ୍ୱର ପୋଲିସ୍‌ ଧରିଲା ଏଟିଏମ୍‌ ଲୁଟେରା ଗ୍ୟାଙ୍ଗକୁ, ମିଳିଲା ପୁଳା ପୁଳା ଟଙ୍କା

ବାଲେଶ୍ୱର (କେ ନ୍ୟୁଜ୍‌) : ବାଲେଶ୍ଵର ପୋଲିସ୍‌କୁ ମିଳିଛି ବଡ଼ ସଫଳତା । ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ପ୍ରାୟ ୬ଟି ଏଟିଏମ୍ରୁ ଟଙ୍କା ଲୁଟ୍ କରିଥିବା ଗ୍ୟାଙ୍ଗକୁ ଗିରଫ କରିଛି ବାଲେଶ୍ଵର ପୋଲିସ । ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ସହ ୪ଜଣ ଗିରଫ ହୋଇଛନ୍ତି । ଏହା ସହ ପୁଳାପୁଳା ଟଙ୍କା ଏବଂ ଏକ ବୋଲେରୋ ଓ ୩ଟି ବାଇକ୍‌ ଜବତ କରିଛି ପୋଲିସ ।

ATM LOOTERA-1ଗତ କିଛି ଦିନ ହେଲା ଲଗାତର ଭାବେ ସିରିଜ୍ ଏଟିଏମ୍ ଲୁଟ୍ କରି ପୋଲିସ୍‌ର ନିଦ ହଜାଇ ଦେଇଥିଲା ଏହି ଗ୍ୟାଙ୍ଗ । ଏହାକୁ ଧରିବା ପାଇଁ ପୋଲିସ ଏକ ୭ ଜଣିଆ ଟିମ୍ ଗଠନ କରିଥିଲା । ଜିଲ୍ଲାର ସୋର, ନୀଳଗିରି, ଖନ୍ତପଡ଼ା ଓ ସିଂଲା ଥାନା ଅନ୍ତର୍ଗତ ପ୍ରାୟ ୬ଟି ଏଟିଏମ୍ରୁ ଲୁଟ୍ ହୋଇଥିବା ମୋଟ୍‌ ୨୭ ଲକ୍ଷ ୧୪ ହଜାର ୨୦୦ ଟଙ୍କାରୁ ପୋଲିସ ୧୫ ଲକ୍ଷ ୯୭ ହଜାର ଟଙ୍କା ଜବତ କରିଛି । ଏହା ସହ ସେମାନଙ୍କଠାରୁ ୩ଟି ବାଇକ୍‌, ଏକ ହଳ କାନଫୁଲ , ୪ଟି ଏଟିଏମ୍ କାର୍ଡ, ୫ଟି ମୋବାଇଲ ଜବତ କରିଛି । ଗିରଫମାନେ ହେଲେ ମାଷ୍ଟର ମାଇଣ୍ଡ କୁରୁଡାର ଅଜୟ କୁମାର ମହାନ୍ତି, ଭାସ୍କର ମହାଳିକ, ପ୍ରଶାନ୍ତ କୁମାର ଦାସ ଓ ଦୀପକ କୁମାର ଦୁବେ । ଦୀପକର ଘର ଉତ୍ତର ପ୍ରଦେଶ କିରତପୁର ଅଞ୍ଚଳରେ ବୋଲି ବାଲେଶ୍ଵର ଏସ୍‌ପି ବି. ଯୁଗଳ କିଶୋର ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.