Below header

ଏଟିଏମ୍‌ ଲୁଟ୍‌ ବେଳେ ଧରାପଡିଲେ ଲୁଟେରା, ନିର୍ଦ୍ଧୁମ ଛେଚିଲେ ଲୋକେ

ଭଦ୍ରକ(କେନ୍ୟୁଜ୍) : ଲୁଟ୍‌ ବେଳେ ଧରାପଡିଲେ ଆଉ ଛେଚାଖାଇଲେ। ୨ ଜଣ ଏଟିଏମ୍‌ ଲୁଟେରାଙ୍କୁ ଧରି ପୋଲିସ ଜିମା ଦେଇଛନ୍ତି ଲୋକେ। ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ଥାନା ଅଧିନସ୍ଥ ମାଳଦା ବଜାରରେ ଥିବା ଏସ୍‌ବିଆଇ ଏଟିଏମ୍‌ରୁ ଦୁଇ ଜଣ ଦୁର୍ବୃତ୍ତ ଲୁଟ୍‌ ଉଦ୍ୟମ କରୁଥିଲେ। ତେବେ ଶବ୍ଦ ଶୁଣି ସ୍ଥାନୀୟ ଲୋକେ ଉଠିପଡିବାରୁ ୨ଜଣ ଲୁଟେରା ଦୌଡି ପଳାଇଥିଲେ। ତେବେ ଲୋକେ ସେମାନଙ୍କ ପିଛା କରି କାବୁ କରିନେଇଥିଲେ। ଏହାପରେ ସେମାନଙ୍କୁ ନିର୍ଦ୍ଧୁମ ଛେଚି ଥିଲେ। ଭଣ୍ଡାରୀପୋଖରୀ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଲୁଟେରାଙ୍କୁ ଗିରଫ କରି ପଚରାଉଚରା କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.