ଦିଲ୍ଲୀ ଗୁରୁଗ୍ରାମରେ ତିନି ବର୍ଷର ନାବାଳିକା ସହ ଦୁଷ୍କର୍ମ ଘଟଣା : ଅଭିଯୁକ୍ତ ଗିରଫ, ଅତି ନିର୍ଦ୍ଦୟ ଭାବେ କରିଥିଲା ହତ୍ୟା

ନୂଆଦିଲ୍ଲୀ(କେନ୍ୟୁଜ୍) : କିଛି ଦିନ ତଳେ ଦିଲ୍ଲୀ ଗୁରୁଗ୍ରାମ ଅନ୍ତର୍ଗତ ସେକ୍ଟର୍‌ ୬୬ରେ ଜଣେ ତିନି ବର୍ଷର ନାବାଳିକା ସହ ଦୁଷ୍କର୍ମ ଏବଂ ହତ୍ୟା କରାଯିବା ଘଟଣାର ଅଭିଯୁକ୍ତକୁ ପୋଲିସ୍ ଧରିବାରେ ସଫଳ ହୋଇଛି । ଏହିଭଳି ଏ ଲୋମହର୍ଷଣକାରୀ ଜଘନ୍ୟ ଅପରାଧ ଘଟାଇଥିବା ୨୦ ବର୍ଷିୟ ଯୁବକ ସୁନୀଲ କୁମାରକୁ ଗିରଫ କରିଥିବା ଜଣାପଡଇଛି ।

1eସୂଚନା ଅନୁଯାୟୀ ଅଭିଯୁକ୍ତ ଜଣଙ୍କ ଅତି ନିର୍ଦ୍ଦୟ ଭାବେ ପ୍ରଥମେ ତିନି ବର୍ଷର ଝିଅଟିକୁ ଅତ୍ଯାଚାର କରିଥିଲା । ଝିଅଟିର ଗୁପ୍ତାଙ୍ଗକୁ କ୍ଷତାକ୍ତ କରିବା ସହ ମୁଣ୍ଡକୁ ଏକ ଇଟାରେ ଛେଚି ପକାଇଥିଲା । ଏବଂ ମୁହଁରେ ଏକ ପ୍ଳାଷ୍ଟିକ୍ ବ୍ଯାଗ୍ ସାହାର୍ଯ୍ଯରେ ବାନ୍ଧି ପକାଇଥିଲା । ତେବେ ପୀଡିତାଙ୍କ ସମ୍ପର୍ଣ୍ଣ ଶରୀରରେ ଏକାଧିକ କ୍ଷତ ଥିବା ଜଣାପଡିଥିଲା ।

ଗିରଫ ହେବାର କିଛି ଘଣ୍ଟା ଭିତରେ ଅଭିଯୁକ୍ତ ନଅଟି ଅପରାଧ କରିଥିବା କଥା ସ୍ୱୀକାର କରିଛି। ଏସବୁ ଅପରାଧ ୩ ରୁ ୭ ବର୍ଷ ମଧ୍ୟର ବାଳିକାମାନଙ୍କ ସହ ଦୁଷ୍କର୍ମ ଓ ହତ୍ୟାର। ଏହି ସବୁ ଅପରାଧ ମାନଙ୍କ ମଧ୍ଯରେ ୪ଟି ମାମଲା ଦିଲ୍ଲୀରେ, ତିନୋଟି ଗୁରୁଗ୍ରାମରେ ଏବଂ ଝାନ୍‌ସୀ ଓ ଗ୍ଵାଲିୟର୍‌ରେ ଗୋଟିଏ ।

1eଗୁରୁଗ୍ରାମ ପୁଲିସର ସବ୍‌-ଇନ୍‌ସ୍‌ପେକ୍ଟର୍‌ ତଥା ଜନସମ୍ପର୍କ ଅଧିକାରୀ ସୁଭାଷ ବୋକେନ୍‌ କହିବା ମୁତାବକ ଦୁଷ୍କର୍ମ ଉଦ୍ୟମ ପୂର୍ବରୁ ଅଭିଯୁକ୍ତ ପ୍ରଥମେ ପୀଡ଼ିତାର ଗୋଡ଼ ଦୁଇଟା ଭାଙ୍ଗି ଦେଇଥାଏ। ତା’ପରେ ଅତି ନିର୍ମମ ଭାବେ ଅକଥନୀୟ ଭାବେ ଦୁଷ୍କର୍ମ କରିବା ପରେ ହତ୍ଯା କରିଥାଏ।

ତେବେ ଅଭିଯୁକ୍ତ ଜଣଙ୍କ କେବେ କେମିତି ଦିନ ମଜୁରିଆ ଭାବେ କାର୍ଯ୍ୟ କରେ। କମ୍ୟୁନିଟି କିଚେନ୍‌ରୁ ଖାଦ୍ୟ ପଦାର୍ଥ ଆଣିବାକୁ ଯାଉଥିବା ଝିଅମାନଙ୍କୁ ସେ ନିଜ ଜାଲରେ ଫସାଇ ଅପହରଣ କରି ନିଏ। ତେବେ ମାଆ ଓ ଭଉଣୀଙ୍କୁ ଭେଟିବାକୁ ଅଭିଯୁକ୍ତ ଗୁରୁଗ୍ରାମ ଆସିଥିଲା ଏବଂ ପରେ ଝାନ୍‌ସୀ ଜିଲ୍ଲା ଅନ୍ତର୍ଗତ ତା ଗାଁକୁ ପଳାଇ ଯାଇଥିଲା। ସେଠାରୁ ତାକୁ ଗିରଫ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.