Below header

କାର୍ଯ୍ୟାଳୟ ଭିତରେ ପଶି ମହିଳା ରାଜସ୍ୱ ନିରୀକ୍ଷକଙ୍କୁ ମାରଣାସ୍ତ୍ରରେ ଆକ୍ରମଣ

ଆନନ୍ଦପୁର(କେନ୍ଯୁଜ୍): ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଭିତରେ ପଶି ମହିଳା ରାଜସ୍ୱ ନିରୀକ୍ଷକଙ୍କୁ ମାରଣାସ୍ତ୍ରରେ ଆକ୍ରମଣ ଅଭିଯୋଗ। ଆନନ୍ଦପୁର ଥାନା ଆନନ୍ଦପୁର ରାଜସ୍ୱ କାର୍ଯ୍ୟାଳୟ ପରିସରରେ ଏଭଳି ଘଟଣା ଘଟିଛି । ଆନନ୍ଦପୁର ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟରେ ଥିବା ବେଳେ ଆନନ୍ଦପୁର ଥାନା ବାଙ୍ଖିଡି ଗାଁର ଗୋବିନ୍ଦ ଜେନା କାର୍ଯ୍ୟାଳୟ ଭିତରେ ପଶି ଏକ ମାରଣାସ୍ତ୍ରରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

କର୍ମଚାରୀମାନେ ରାଜସ୍ୱ ନିରୀକ୍ଷକଙ୍କୁ ଗୁରୁତର ଅବସ୍ଥାରେ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଜମିବାଡ଼ି ମାମଲା ଥିବାବେଳେ ଅଭିଯୁକ୍ତ ଗୋବିନ୍ଦକୁ ପୋଲିସ ଅଟକ ରଖି ପଚରାଉଚରା କରୁଛି। ଖବର ପାଇ ଆନନ୍ଦପୁର ଉପଜିଲ୍ଲାପାଳ ଡାକ୍ତରଖାନା ପହଞ୍ଚି ଏହି ଘଟଣାକୁ ନିନ୍ଦା କରିଛନ୍ତି। ଅନ୍ୟ ପକ୍ଷରେ ଗୋବିନ୍ଦଙ୍କ ଜମିକୁ ଅନ୍ୟ ନାମରେ କରିଦେଇଥିବାରୁ ଆକ୍ରମଣ କରିଥିବା କଥା ଗୋବିନ୍ଦ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.