ଆଇପିଏସ ଅଫିସର ସାଗରିକା ନାଥଙ୍କ ବାପାଙ୍କ ଠାରୁ ଲୁଟ ଉଦ୍ୟମ କରିଥିବା ଅଭିଯୁକ୍ତ ଗିରଫ

ଭୁବନେଶ୍ୱରରେ ଆଇପିଏସ ଅଫିସର ସାଗରିକା ନାଥଙ୍କ ବାପାଙ୍କଠାରୁ ଲୁଟ ଉଦ୍ୟମ କରିଥିବା ଅଭିଯୁକ୍ତ ଗିରଫ । ଲୁଟ ଉଦ୍ୟମ କରିଥିବା ଗ୍ୟାଙ୍ଗର ୫ ଜଣଙ୍କୁ ଗିରଫ କରିଛି ଭରତପୁର ଥାନା ପୋଲିସ । ଅଭିଯୁକ୍ତମାନେ ଘଟଣା ଦିନ ପିନ୍ଧିଥିବା ପୋଷାକ ଦେଖି ଚିହ୍ନଟ କଲା ପୋଲିସ ।

ଭୁବନେଶ୍ୱର : ଭୁବନେଶ୍ୱରରେ ଆଇପିଏସ ଅଫିସର ସାଗରିକା ନାଥଙ୍କ ବାପାଙ୍କଠାରୁ ଲୁଟ ଉଦ୍ୟମ କରିଥିବା ଅଭିଯୁକ୍ତ ଗିରଫ । ଲୁଟ ଉଦ୍ୟମ କରିଥିବା ଗ୍ୟାଙ୍ଗର ୫ ଜଣଙ୍କୁ ଗିରଫ କରିଛି ଭରତପୁର ଥାନା ପୋଲିସ । ଅଭିଯୁକ୍ତମାନେ ଘଟଣା ଦିନ ପିନ୍ଧିଥିବା ପୋଷାକ ଦେଖି ଚିହ୍ନଟ କଲା ପୋଲିସ । ଏହି ଗ୍ୟାଙ୍ଗରେ ପେଶାଦାର ଅପରାଧୀ ଅଛନ୍ତି ।

ଅଭିଯୁକ୍ତଙ୍କ ଘର ଯାଜପୁର, ଜଗତସିଂହପୁର, ଖୋର୍ଦ୍ଧା ଓ ନୟାଗଡ଼ରେ । ଏମାନେ ଡକାୟତି, ଚୋରି, ଲୁଟ୍‌ ଓ ଛିନତାଇ ଆଦି ଘଟଣାରେ ସଂପୃକ୍ତ । ସେମାନଙ୍କଠାରୁ ଲୁଟ ଅଳଙ୍କାରକୁ କିଣିଥିବା ଯୁବକକୁ ମଧ୍ୟ ପୋଲିସ ଗିରଫ କରିଛି । ଅଭିଯୁକ୍ତମାନେ ଜଣେ ଜଣେ ଏକ୍ସପର୍ଟ ବାଇକର ।

ଲୁଟ୍‌ କରିବା ପରେ ସେମାନେ ଦ୍ରୁତ ଗତିରେ ଖସି ପଳାଉଥିଲେ ବୋଲି ଭୁବନେଶ୍ୱର ଡିସିପି ସୂଚନା ଦେଇଛନ୍ତି । ଗତ ୨ ତାରିଖ ସନ୍ଧ୍ୟାରେ ଭୁବନେଶ୍ୱର ଘାଟିକିଆ ଅଞ୍ଚଳ ସତ୍ୟସାଇ ଏନକ୍ସେଭ ଏସ୍‌ପି ସାଗରିକାଙ୍କ ବାପାଙ୍କ ଠାରୁ ଲୁଟ ଉଦ୍ୟମ କରିଥିଲେ। ଲୁଟେରାଙ୍କ ସହ ଧସ୍ତାଧସ୍ତି ପରେ ବାଇକ୍‌ ଛାଡି ପଳାଇଥିଲେ ଲୁଟେରା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.