Below header

ଗଜପତି: ବିଚ୍ ରାସ୍ତାରେ ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ

ମୋହନା(କେନ୍ୟୁଜ୍): ଗଜପତି ଜିଲ୍ଲା ମୋହନା ଥାନା ଚନ୍ଦ୍ରଗିରି ମୁଖ୍ୟ ରାସ୍ତାରେ ଗତକାଲି ବିଳମ୍ବିତ ରାତିରେ ଜଣେ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି। ଆକ୍ରମଣର ଶିକାର ସାମ୍ବାଦିକ ଜଣକ ହେଲେ ଚନ୍ଦ୍ରଗିରିର ଧରିତ୍ରୀ ପ୍ରତିନିଧି ଶ୍ରୀହରି ପ୍ରଧାନ। ପୂର୍ବରୁ ଚନ୍ଦ୍ରଗିରି ଅଞ୍ଚଳରେ ବେଆଇନ୍ ମଦ ବିକ୍ରିକୁ ନେଇ ଶ୍ରୀହରି ଖବର ପରିବେଶଣ କରିଥିଲେ। ଏହାକୁ କେନ୍ଦ୍ର କରି ରାତିରେ ଘରକୁ ଫେରିବା ସମୟରେ ଶ୍ରୀହରିଙ୍କୁ କିଛି ମଦ ମାଫିଆ କାଠ ଫାଳିଆରେ ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଚନ୍ଦ୍ରଗିରି ସ୍ବାସ୍ଥମେନ୍ଦ୍ର ଏବଂ ପରେ ବ୍ରହ୍ମପୁର ଏମକେସିଜି (MKCG) ମେଡିକାଲ ସ୍ଥାନାନ୍ତର କରାଯାଇଛି। ଶ୍ରୀହରିଙ୍କ ଦୁଇ ଗୋଡ ଏବଂ ଛାତିରେ ଅଘାତ ଲାଗିଛି। ମୋହନା ପୋଲିସ୍ ପ୍ରାଥମିକ ତଦନ୍ତ ଆରମ୍ଭ କରିବା ସହ ୨ ଜଣ ଆକ୍ରମଣକାରୀଙ୍କୁ ଅଟକ ରଖି ପଚରାଉଚରା କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.