ବିଜେପି ଛାଡିଲେ ବରିଷ୍ଠନେତା ଦାମ ରାଉତ

ଭୁବନେଶ୍ବର(କେନ୍ୟୁଜ୍): ବିଜେପି ଛାଡିଲେ ବରିଷ୍ଠନେତା ଦାମ ରାଉତ। ସେ ତାଙ୍କ ଇସ୍ତଫା ପତ୍ର ବିଜେପି ରାଜ୍ୟ ସଭାପତିଙ୍କ ପାଖକୁ ପଠାଇ ଦେଇଛନ୍ତି। କିଛି ଦିନ ଧରି ସେ ଦଳ ଉପରେ ଅସନ୍ତୁଷ୍ଟ ଥିଲେ। ଦଳରେ ତାଙ୍କୁ ଅଣଦେଖା କରାଯାଉଥିବା ସେ ଅଭିଯୋଗ କରିଛନ୍ତି। ସାଧାରଣ ନିର୍ବାଚନ ପୂର୍ବରୁ ସେ ବିଜେପିରେ ସାମିଲ ହୋଇଥିଲେ।