CBI ଜାଲରେ ଅଡିଟର୍ , ମେଡିକାଲ ବିଲ୍ କ୍ଲିୟରାନ୍ସ ପାଇଁ ଲାଞ୍ଚ ନେଇ ଗିରଫ
CBI ଜାଲରେ ଏଜି ଅଫିସ ଭୁବନେଶ୍ବରର ଅଡିଟର୍ । ମେଡ଼ିକାଲ ବିଲ ପାସ କରିଦେବାକୁ କହି ଅଡିଟର୍ ସନ୍ତୋଷ ପାଣିଗ୍ରାହୀ ଲାଞ୍ଚ ନେଉଥିବା ବେଳେ ଧରିଲା ସିବିଆଇ ।

ଭୁବନେଶ୍ୱର (କେନ୍ୟୁଜ): CBI ଜାଲରେ ଏଜି ଅଫିସ ଭୁବନେଶ୍ବରର ଅଡିଟର୍ । ମେଡ଼ିକାଲ ବିଲ ପାସ କରିଦେବାକୁ କହି ଅଡିଟର୍ ସନ୍ତୋଷ ପାଣିଗ୍ରାହୀ ଲାଞ୍ଚ ନେଉଥିବା ବେଳେ ଧରିଲା ସିବିଆଇ । ୬୫ ହଜାର ଟଙ୍କାର ମେଡିକାଲ୍ ବିଲ୍ ପାସ୍ କରାଇବାକୁ ନେଉଥିଲେ ୬ହଜାର ୫୦୦ ଟଙ୍କା ଲାଞ୍ଚ । ଭୁବନେଶ୍ୱର RTO ଅଫିସ ନିକଟରେ ଲାଞ୍ଚ ନେବା ବେଳେ ଟ୍ରାପ୍ କରି ଧରିଛି ସିବିଆଇ ।