ପଦ୍ମକେଶରପୁର ଗୋଷ୍ଠୀ ସଂଘର୍ଷ ମାମଲା, ୫୦ରୁ ଅଧିକ ମହିଳା ଗିରଫ

ଭୁବନେଶ୍ବର ପଦ୍ମକେଶରୀପୁରରେ ଗୋଷ୍ଠୀ ସଂଘର୍ଷ ଘଟଣାରେ ପୁରୁଷଙ୍କ ପରେ ଆରମ୍ଭ ହେଲା ମହିଳା ଗିରଫଦାରୀ। ରାତିଅଧିଆ ଚଢ଼ାଉରେ ମହିଳାଙ୍କୁ ଉଠାଇ ନେଲା ପୋଲିସ। ପାଖାପାଖି ୫୦ରୁ ଅଧିକ ମହିଳା ଓ ୩ ଜଣ ପୁରୁଷଙ୍କୁ ଗିରଫ କରିଛି ପୋଲିସ। ପୂର୍ବରୁ ଗାଁର ୭୭ ଜଣ ପୁରୁଷଙ୍କୁ ଗିରଫ କରାଯାଇଥିଲା।

ଭୁବନେଶ୍ବର (କେନ୍ୟୁଜ): ଭୁବନେଶ୍ବର ପଦ୍ମକେଶରୀପୁରରେ ଗୋଷ୍ଠୀ ସଂଘର୍ଷ ଘଟଣାରେ ପୁରୁଷଙ୍କ ପରେ ଆରମ୍ଭ ହେଲା ମହିଳା ଗିରଫଦାରୀ। ରାତିଅଧିଆ ଚଢ଼ାଉରେ ମହିଳାଙ୍କୁ ଉଠାଇ ନେଲା ପୋଲିସ। ପାଖାପାଖି ୫୦ରୁ ଅଧିକ ମହିଳା ଓ ୩ ଜଣ ପୁରୁଷଙ୍କୁ ଗିରଫ କରିଛି ପୋଲିସ। ପୂର୍ବରୁ ଗାଁର ୭୭ ଜଣ ପୁରୁଷଙ୍କୁ ଗିରଫ କରାଯାଇଥିଲା। ଏବେ ପୁରୁଷଙ୍କ ପରେ ମହିଳା ଗିରଫ ପାଇଁ ଗାଁ ଏବେ ଜନଶୂନ୍ୟ ହୋଇଯାଇଛି ।

ସୂଚନା ଅନୁସାରେ ଗତ ସେପ୍ଟେମ୍ୱର ୧ ତାରିଖରେ ସାଇଡମରାକୁ କେନ୍ଦ୍ର କରି ଆରମ୍ଭ ହୋଇଥିଲା ଗଣ୍ଡଗୋଳ। ପରେ ଗତ ୨୬ ଓ ୨୭ ତାରିଖରେ ପୁଣି ଥରେ ଗଣ୍ଡଗୋଳ ହୋଇଥିଲା। ପ୍ରଥମ ଘଟଣାରେ ୧୨ ଜଣଙ୍କୁ ଗିରଫ କରାଯାଇଥିଲା ଆଉ ଦ୍ବିତୀୟ ଥର ହୋଇଥିବା ଗଣ୍ଡଗୋଳ ଘଟଣାରେ ୭୭ ଜଣ ଗିରଫ ହୋଇଛନ୍ତି । ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଏହା ପଛରେ‌ ରାଜନୈତିକ ଷଡ଼ଯନ୍ତ୍ର ଥିବା କୁହାଯାଉଛି । ସୂଚନା ଅନୁସାରେ, ପୂର୍ବତନ ସରପଞ୍ଚ ଓ ବର୍ତ୍ତମାନର ସରପଞ୍ଚ ଗୋଷ୍ଠୀ ଭିତରେ ସଂଘର୍ଷରୁ ଆରମ୍ଭ ହୋଇଥିଲା ଗଣ୍ଡଗୋଳ। ଉଭୟ ପକ୍ଷଙ୍କ ରାଜନୈତିକ ଶକ୍ତି ପ୍ରଦର୍ଶନକୁ ନେଇ ତେଜୁଛି ଅସନ୍ତୋଷ। ହେଲେ ଏହା ପଛର ରାଜନୈତିକ ଷଡ଼ଯନ୍ତ୍ରକାରୀଙ୍କର‌ ଟେର ପାଉନି ପୋଲିସ । ସେପଟେ ଏଭଳି ହିଂସାକାଣ୍ଡ ଯୋଗୁ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି । ହେଲେ ରାଜଧାନୀରେ ଏଭଳି ସ୍ଥିତି ପୋଲିସ ପାଇଁ ମୁଣ୍ଡବିନ୍ଧା ସାଜିଛି । ତେବେ ପୋଲିସ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥା ପାଇଁ କିଭଳି ପଦକ୍ଷେପ ଗ୍ରହଣ କରୁଛି ତା ଉପରେ ସମସ୍ତଙ୍କ ନଜର ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.