ଭୁବନେଶ୍ୱର : ବିଜେବି ନଗରରେ ଫୁଟିଲା ବୋମା, ଅଟୋ ଡ୍ରାଇଭର୍ ଆହତ

ଭୁବନେଶ୍ୱର (କେ ନ୍ୟୁଜ୍) : ଟଙ୍କପାଣି ରୋଡ୍ ସ୍ଥିତ ବିଜେବି ନଗର ନିକଟରେ ବୋମା ବିସ୍ଫୋରଣ । ଏକ ଅଟୋରେ ଏହି ବୋମାଟି ଫୁଟିଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି । ବୋମା ବିସ୍ଫୋରଣ ଘଟିବା ଯୋଗୁଁ ଅଟୋ ଡ୍ରାଇଭର ଆହତ ହୋଇଛି । ତାକୁ ଗୁରୁତର ଅବସ୍ଥାରେ ହସପିଟାଲରେ ଭର୍ତ୍ତି କରାଯାଇଛି । ତେବେ କେଉଁ ପରିସ୍ଥିତିରେ ଏହି ବୋମା ଫୁଟିଛି ତାହା ସ୍ପଷ୍ଟ ହୋଇନାହିଁ । ପୋଲିସ୍ ଘଟଣାର ତଦନ୍ତ କରୁଛି ।